Advertisment

ରାସ୍ତାରେ ପଡ଼ିଥିଲା ମୃତଦେହ, ଘରକୁ ଖବର ଦେବାକୁ ଯାଇ ଦେଖନ୍ତି ତ...

ଜିମ୍ ଉପକରଣ ବିକ୍ରୟକାରୀ ଭାବେ କାମ କରୁଥିବା କିଶୋର ମୁମ୍ବାଇର ଗୋରେଗାଓଁର ଏକ ଫ୍ଲାଟରେ ରହୁଥିଲେ।

Flat

Flat

Advertisment

ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପରିବାର ବର୍ଗଙ୍କୁ ଖବର ଦେବାକୁ ଘରକୁ ଯାଇଥିଲେ। କିନ୍ତୁ ଘରେ ଯାଇ ଯାହା ଦେଖନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଏ। 

Advertisment

ସୂଚନା ଅନୁସାରେ, ଜିମ୍ ଉପକରଣ ବିକ୍ରୟକାରୀ ଭାବେ କାମ କରୁଥିବା କିଶୋର ମୁମ୍ବାଇର ଗୋରେଗାଓଁର ଏକ ଫ୍ଲାଟରେ ରହୁଥିଲେ। ସେ ରହୁଥିବା ଫ୍ଲାଟ୍ ସମ୍ମୁଖ ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୁଲିସକୁ ଖବର ଦେଇଥିଲେ। କିନ୍ତୁ ଡାକ୍ତର କିଶୋରଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ପୁଲିସ ଓ ସ୍ଥାନୀୟ ଲୋକ ତାଙ୍କ ପରିବାର ଲୋକଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ବହୁ ବାର କଲ୍ କରିବା ପରେ ମଧ୍ୟ କେହି ଜବାବ ନ ଦେଇନଥିଲେ। ଫଳରେ ତାଙ୍କ ଘରକୁ ଯାଇ ଦେଖନ୍ତି ତ ଘର ବାହାର ପଟୁ ତାଲା ପଡିଛି।

Advertisment

କିଶୋରଙ୍କ ଗଳାରେ ଏକ ଚାବି ଦେଖି ସେଥିରେ ଘର ତାଲା ଖୋଲିଥିଲେ। ଏହା ପରେ ଯାହା ଦେଖିଥିଲେ, ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘର ଚଟାଣରେ କିଶୋରଙ୍କ ପତ୍ନୀ ମଧ୍ୟ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥ ପଡିଥିଲା। ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇ ସାରିଥିବା ଡାକ୍ତର କହିଥିଲେ।

ଉଭୟଙ୍କୁ ଗଳା କଟା ଯାଇଥିବାରୁ ପ୍ରଥମେ ଉଭୟଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରା ଯାଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କିଶୋର ହିଁ ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ପୁଲିସ କହିଛି।   

ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ କିଶୋର, ମାନସିକ ଚାପରେ ରହୁଥିଲେ। ତାଙ୍କ ରୁମରୁ ଅନେକ ଡିପ୍ରେସନ ଏବଂ ମଧୁମେହ ମେଡିସିନ ମିଳିଛି। ପତ୍ନୀକୁ ମାରି ଆତ୍ମହତ୍ୟା କରିବା ପୂର୍ବରୁ ସେ ଦିଲ୍ଲୀରୁ ମୁମ୍ବାଇକୁ ଏକ ଫ୍ଲାଇଟ୍ ଟିକେଟ୍ ମଧ୍ୟ କରିଥିଲେ। ଏହି ଟିକେଟ୍ ସେ ତାଙ୍କ ପୁଅ ପାଇଁ କରିଥିଲେ।

ଏଥିସହ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସମସ୍ତ ଡାଟା ମଧ୍ୟ ଜଣେ ସମ୍ପର୍କୀୟଙ୍କୁ ହ୍ୱାଟ୍ସଆପ୍ ଜରିଆରେ ପଠାଇଥିଲେ। ପୁଲିସ ଏନେଇ ତାଙ୍କ ପୁଅକୁ ଖବର ଦେବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Murder Crime Mumbai Murder Case Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe