Advertisment

ମୁମ୍ୱାଇରେ ଚାକିରି ଦେବା ନାଁରେ ଠକୁଥିଲେ! ଓଡ଼ିଶାରୁ ବନ୍ଧା ହେଲେ

ପରବର୍ତ୍ତୀ ସମୟରେ ଆଶାୟୀମାନେ ଏନେଇ ଥାନେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଦୁଇ ମହାଠକ ଓଡ଼ିଶାରେ ଥିବା ଜଣାପଡ଼ିଥିଲା।

Crime

Crime

Advertisment

ମୁମ୍ୱାଇରେ ଚାକିରି ଦେବା ନାଁ ଠକୁଥିଲେ। ଓଡ଼ିଶାରୁ ବନ୍ଧା ହେଲେ ଦୁଇ ମହାଠକ। ଓଡ଼ିଶା ପୁଲିସ୍‌ ସହାୟତାରେ ମହାରାଷ୍ଟ୍ର ପୁଲିସ୍‌ ଦୁଇ ଜଣଙ୍କ ଗିରଫ କରିଛି। ଚାକିରି ଦେବା ନାଁରେ ଆଶାୟୀଙ୍କୁ ଠକୁଥିଲେ ଦୁଇ ମହାଠକ।

Advertisment

ଯାଜପୁର ଜିଲ୍ଲାର ରାଜେନ୍ଦ୍ର ମଲ୍ଲିକ ଓ କନ୍ଧମାଳର ସଚିନ ଡିଗଲ ମୟାନଗରୀ ମୁମ୍ୱାଇରେ ପୋଟ୍‌ ଟ୍ରଷ୍ଟ ନାଁରେ ଏକ ୱେବସାଇଟ୍‌ ଖୋଲିଥିଲେ। ସେହି ୱେବସାଇଟ୍‌ ମାଧ୍ୟମରେ ସେମାନେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଉଥିଲେ। ତେଣୁ ଶିକ୍ଷିତ ଯୁବକ ଓ ଯୁବତୀମାନେ ଚାକିରି ପାଇବା ଲୋଭରେ ଆବେଦନ କରୁଥିଲେ। ସେଥିପାଇଁ କିଛି ଟଙ୍କା ମଧ୍ୟ ଜମା କରୁଥିଲେ। ହେଲେ ଆଶାୟୀଙ୍କୁ ଚାକିରି ମିଳୁନଥିଲା।

ପରବର୍ତ୍ତୀ ସମୟରେ ଆଶାୟୀମାନେ ଏନେଇ ଥାନେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଦୁଇ ମହାଠକ ଓଡ଼ିଶାରେ ଥିବା ଜଣାପଡ଼ିଥିଲା। ଏହା ପରେ ମୁମ୍ବାଇ ପୁଲିସ, ଓଡ଼ିଶା ପୁଲିସ୍‌ର ସହାୟତା ଲୋଡ଼ିଥିଲା।

Advertisment

ଆଜି ଓଡ଼ିଶା ପୁଲିସ୍‌ ସହାୟତାରେ ମୁମ୍ୱାଇ ପୁଲିସ୍ ଦୁଇ ମହାଠକଙ୍କୁ ଗିରଫ କରି କୋର୍ଟରେ ହାଜର କରିଥିଲା। ତା’ପରେ ମୁମ୍ୱାଇ ପୁଲିସ୍‌ ଉଭୟଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ନେଇଛି। ଦୁଇ ଅଭିଯୁକ୍ତଙ୍କଠାରୁ ୩୭ଟି ମୋବାଇଲ ଫୋନ, ୧୨ଟି ପାନକାର୍ଡ, ୩୮ଟି ଏଟିଏମ୍‌ କାର୍ଡ, ୨୫ଟି ସିମକାର୍ଡ, ଲାପଟପ୍‌ ପ୍ରମୁଖ ଜବତ କରିଛି।

Mumbai Police Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe