Advertisment

ଲରେନ୍ସ ବିଷ୍ଣୋଇ ଭାଇକୁ ଆମେରିକାରୁ ଆଣିବାକୁ ପ୍ରକ୍ରିୟା ଆରମ୍ଭ

ଆମେରିକାର ଅଧିକାରୀମାନେ ସେଠାରେ ଅନମୋଲ ବିଷ୍ଣୋଇର ଉପସ୍ଥିତି ନେଇ ଭାରତୀୟ ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି। ଏହାପରେ କୁଖ୍ୟାତ ଅପରାଧୀକୁ ଭାରତ ଆଣିବାକୁ ପ୍ରକ୍ରିୟା ଆରମ୍ଭ କରିଛି ମୁମ୍ବାଇ ପୁଲିସ।

Anmol Bishnoi

Anmol Bishnoi

Advertisment

ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇକୁ ଆମେରିକାରୁ ଭାରତ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଅଭିନେତା ସଲମାନ ଖାନଙ୍କ ଘର ଆଗରେ ହୋଇଥିବା ଗୁଳିମାଡ଼ ଘଟଣାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ବର୍ତ୍ତମାନ ଆକ୍ସନ ମୋଡକୁ ଆସିଛି। ମୁମ୍ବାଇ ପୁଲିସର ଅଧିକାରୀମାନେ ଅନମୋଲକୁ ଭାରତ ଆଣିବା ପାଇଁ ଆମେରିକୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରୁଛନ୍ତି।

Advertisment

ପୁଲିସ ସୂତ୍ର ଅନୁଯାୟୀ, ଆମେରିକାର ଅଧିକାରୀମାନେ ସେଠାରେ ଅନମୋଲ ବିଷ୍ଣୋଇର ଉପସ୍ଥିତି ନେଇ ଭାରତୀୟ ଅଧିକାରୀଙ୍କୁ ସ୍ପଷ୍ଟ କରିଛନ୍ତି। ଅନମୋଲକୁ ଗିରଫ କରିବା ପାଇଁ ବିଶେଷ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (MCOCA) କୋର୍ଟ ଜାମିନ ବିହୀନ ୱାରେଣ୍ଟ ଜାରି କରିସାରିଛନ୍ତି। ଏହି କୁଖ୍ୟାତ ଅପରାଧୀକୁ ବିଦେଶରେ ଖୋଜିବା ପାଇଁ ରେଡ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଛି। ୱାରେଣ୍ଟ ବ୍ୟତୀତ, ଅନମୋଲକୁ ଭାରତ ଆଣିବା ପାଇଁ ପ୍ରକ୍ରିୟାକୁ ଔପଚାରିକ କରିବା ପାଇଁ ପୁଲିସକୁ କୋର୍ଟ ଦଲିଲଗୁଡ଼ିକର ସାର୍ଟିଫିକେଟ୍ କପି ମଧ୍ୟ ଆବଶ୍ୟକ ହେବ। କୋର୍ଟରୁ ଡକ୍ୟୁମେଣ୍ଟ ଗୁଡ଼ିକ ପାଇବା ପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଆନୁଷ୍ଠାନିକ ପ୍ରସ୍ତାବ ପଠାଯିବ।

କୁଖ୍ୟାତ ଅପରାଧୀ ଅନମୋଲ ବିଷ୍ଣୋଇ ନାଁରେ ଭାରତରେ ୧୭ରୁ ଅଧିକ ସଙ୍ଗୀନ ଅପରାଧିକ ମାମଲା ରହିଛି। ଅଭିନେତା ସଲମାନ ଖାନଙ୍କ ଘର ଆଗରେ ହୋଇଥିବା ଗୁଳିମାଡ଼ ଘଟଣାରେ ମଧ୍ୟ ଗୋଲ୍ଡି ବ୍ରାର ଓ ଭାଇ ଲରେନ୍ସ ବିଷ୍ଣୋଇ ସହ ଅନମୋଲ ସାମିଲ ଅଛି। ଗତ ସପ୍ତାହରେ ଜାତୀୟ ଯାଂଚ ଏଜେନ୍ସି (NIA) ଅନମୋଲ ବିଷ୍ଣୋଇର ନାମକୁ ମୋଷ୍ଟ-ୱାଣ୍ଟେଡ ତାଲିକାରେ ଯୋଡିଥିଲା। ଏହା ସହିତ ଗ୍ୟାଙ୍ଗଷ୍ଟରକୁ ଗିରଫ କରିବାରେ ସହାୟକ ହେବା ଭଳି କୌଣସି ସୂଚନା ପାଇଁ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା ଏନଆଇଏ। ବହୁ ଚର୍ଚ୍ଚିତ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଓ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ମଧ୍ୟ ଅନମୋଲ ବିଷ୍ଣୋଇର ସଂପୃକ୍ତି ଥିବା କୁହାଯାଉଛି।

Advertisment
Mumbai Police Lawrence Bishnoi Gang Salman Khan House Firing Anmol Bishnoi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe