Advertisment

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ମାରିଦେଲେ

ନିରଞ୍ଜନଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder accused

Murder accused

ଜେଲ୍‌ ଫେରନ୍ତାଙ୍କୁ ଗୁଳି କରି ହତ୍ୟା କଲେ ଅଭିଯୁକ୍ତ। ରେଲୱେ ଓଭରବ୍ରିଜ ନିକଟରୁ ରକ୍ତଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ନିରଞ୍ଜନ ସାହୁ।

Advertisment

୨୦୨୧ ମସିହା ସେପ୍ଟେମ୍ବର ମାସ ୨୪ ତାରିଖ ବିଳମ୍ବିତ ରାତିରେ ବାରୁଆଁର ପୂର୍ବତନ ସମିତିସଭ୍ୟ ଦୀପକ ମାହୁଁନ୍ତଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରଞ୍ଜନ। ସେ ଏହି ମାମଲରେ ଦୀର୍ଘଦିନ ହେବ ଜେଲରେ ଥିଲେ। ୬ ମାସ ତଳେ ଜେଲ୍‌ରୁ ବେଲରେ ଫେରିଥିଲେ। ଗତକାଲି ବାଲିଘାଟ କାମରେ କାମାକ୍ଷାନଗର ଆସିଥିଲେ। ହେଲେ ଘରକୁ ଆଉ ଫେରିଥିଲେ। ପରିବାର ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ।

ଆଜି ସକାଳେ ନିରଞ୍ଜନଙ୍କ ରକ୍ତଜୁଡୁବୁଡ଼ୁ ମୃତଦେହ ଆଳତୁମା ରେଲୱେ ଓଭରବ୍ରିଜ୍ ପାଖ ସଉରିଆ ନିକଟରୁ ଉଦ୍ଧାର କରାଯାଇଥିଲା। ମୃତଦେହ ନିକଟରେ ଗୁଳି ପଡ଼ିଥିଲା। ସ୍ଥାନୀୟ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Advertisment

ନିରଞ୍ଜନଙ୍କୁ କିଏ ଓ କାହିଁକି ଗୁଳି କରି ହତ୍ୟା କଲା ତାର କାରଣ ଜଣାପଡ଼ିନାହିଁ। ପୂର୍ବଶତ୍ରୁତା କାରଣରୁ ନିରଞ୍ଜନଙ୍କୁ ହତ୍ୟା କରାଯାଇଛି ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Deadbody Dhenkanal