Advertisment

ହତ୍ୟାକାରୀ ଭାଇକୁ ଆଜୀବନ ଜେଲ୍‌ ଓ ଜରିମାନା

ଆକ୍ରମଣରେ ଭବାନୀ ଶଙ୍କର ଭୋଇଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଅଚ୍ୟୁତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Balangir

Balangir

Advertisment

୨୦୧୯ ମସିହାରେ ଘଟିଥିବା ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ହତ୍ୟାକାରୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ପଚାଶ ହଜାର ଟଙ୍କା ଜରିମାନା କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ କୋର୍ଟ ରାୟରେ ଶୁଣାଇଛନ୍ତି।

Advertisment

ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଖଇରା ଗାଁର ଭବାନୀ ଶଙ୍କର ଭୋଇ ଓ ତାଙ୍କ ସମ୍ପର୍କୀୟ ଭାଇ ଅଚ୍ୟୁତ ଭୋଇ ଭିତରେ ଜମି ବିବାଦ ଲାଗି ରହିଥିଲା। ଭାଗବଣ୍ଟା ବେଳେ ଭବାନୀ ଶଙ୍କର ଭୋଇଙ୍କ ଜମିରେ ଥିଲା ଗୋଟିଏ ଶାଗୁଆନ ଗଛ। ସେହି ଗଛକୁ ଅଚ୍ୟୁତ ନିଜର ବୋଲି ଦାବି କରିଆସୁଥିଲା। ୨୦୧୯ ଜୁନ୍‌ ୨୭ ତାରିଖରେ ଦୁଇ ଭାଇଙ୍କ ଭିତରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅଚ୍ୟୁତ କାଠ ଫାଳିଆ ଓ ଲୁହା ରଡ୍‌ରେ ଭବାନୀଙ୍କୁ ଆକ୍ରମଣ କରିଥିଲା।

ଆକ୍ରମଣରେ ଭବାନୀ ଶଙ୍କର ଭୋଇଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଅଚ୍ୟୁତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ସାକ୍ଷୀଙ୍କ ବୟାନ୍‌ ଓ ଅନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି କଣ୍ଟାବାଞ୍ଜି ଏଡିଜେ କୋର୍ଟ। ଆଜୀବନ ଜେଲ୍‌ ଓ ୫୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାଗୁ ପଡ଼ିବ। ଯଦି ଦୋଷୀ ସାବ୍ୟସ୍ତ ହୋଇଥିବା ଅଚ୍ୟୁତ ଜରିମାନା ଅର୍ଥ ଦିଅନ୍ତି, ତାହାହେଲେ ସେଥିରୁ ୩୦ ହଜାର ଟଙ୍କା ମୃତକଙ୍କ ପରିବାରକୁ ଦେବା ପାଇଁ କୋର୍ଟ କହିଥିବା ସରକାରୀ ଓକିଲ କାନନ କିଶୋର ପଣ୍ଡା କହିଛନ୍ତି।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Murder Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe