Advertisment

ହତ୍ୟାକାରୀକୁ ଆଜୀବନ ଜେଲ୍ ଓ ଜରିମାନା

କଣ୍ଟାବାଞ୍ଜି ଏଡିଜେ କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ଅନ୍ୟାନ୍ୟ କାଗଜପତ୍ର ଆଧାରରେ ଲଳିତ ହଂସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି।

Crime

Crime

Advertisment

ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌ ଓ ଜରିମାନା। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଏଡିଜେ କୋର୍ଟ ଆଜି ଏହି ରାୟ ଶୁଣାଇଛନ୍ତି। ୨୦୨୨ ମସିହାରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ।

Advertisment

ଲାଠୋର ଥାନା ସୁନାମୁଦି ଗାଁର ଶିଶୁ ସୁନାନୀ ବିବାହ ପରେ ଶଶୁର ଘର ବୁଢାଛପରରେ ରହୁଥିଲେ। ସେଠାରେ ରହଣୀ ସମୟରେ କୌଣସି କଥାକୁ ନେଇ ଶିଶୁ ସୁନାନୀ ସହିତ ଲଳିତ ହଂସ ଓ ମଦନ ବାଗଙ୍କର ମତାନ୍ତର ହୋଇଥିଲା। ଏହା ପରେ ଶିଶୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଲଳିତ ଓ ମଦନ ଯୋଜନା କରିଥିବା ଅଭିଯୋଗ ହୋଇଥିଲା। ତେବେ ୨୦୨୨ ଏପ୍ରିଲ ୧୫ ତାରିଖରେ ଶିଶୁଙ୍କୁ ପଥରରେ ଛେତି ହତ୍ୟା କରିବା ପରେ ତୁରେକେଲା ଥାନା ଅନ୍ତର୍ଗତ ମହୁଲପାଟି ଗାଁର ଘଞ୍ଚ ଜଙ୍ଗଲରେ ଥିବା ଏକ ଗଛରେ ଟାଙ୍ଗି ଦେଥିଲେ। ଏନେଇ ଅଭିଯୋଗ ହେବା ପରେ ତୁରେକେଲା ଥାନା ପୁଲିସ୍‌ ମାମଲା ରୁଜୁ କରି ଲଳିତ ହଂସ ଓ ମଦନ ବାଗ ଙ୍କୁ ଗିରଫ କରିଥିଲା। ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। କଣ୍ଟାବାଞ୍ଜି ଏଡିଜେ କୋର୍ଟ ସାକ୍ଷ୍ୟ ପ୍ରମାଣ ଓ ଅନ୍ୟାନ୍ୟ କାଗଜପତ୍ର ଆଧାରରେ ଲଳିତ ହଂସଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ଆଜୀବନ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ତେବେ ପ୍ରମାଣ ଅଭାବରୁ ଅନ୍ୟତମ ଅଭିଯୁକ୍ତ ମଦନ ବାଗଙ୍କୁ ନିର୍ଦ୍ଦୋଶରେ ଖୋଲାସ କରିଛନ୍ତି କୋର୍ଟ। ଏନେଇ ସୂଚନା ଦେଇଛନ୍ତି ସରକାରୀ ଓକିଲ କାନନ କିଶୋର ପଣ୍ଡା।

Advertisment

ରିପୋର୍ଟ- କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe