Advertisment

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଓ ଜରିମାନା

ବାପାଙ୍କ ମୃତ୍ୟୁ ପରେ ସନ୍ନ୍ୟାସୀଙ୍କ ପୁଅ ଏନେଇ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ପ୍ରହଲ୍ଲାଦ ଓ ତାଙ୍କ ପତ୍ନୀଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Nabarangapur

Nabarangapur

Advertisment

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ସଂଜୀବ ଦୁବେ ଆଜି ଏହି ରାୟ ଶୁଣାଇଛନ୍ତି।

Advertisment

୨୦୨୧ ମସିହା ନଭେମ୍ୱର ୧୮ ତାରିଖ ରାତି ପ୍ରାୟ ସାଢ଼େ ୮ଟା ବେଳେ ପାପଡାହାଣ୍ଡି ଥାନା ଗାଦବାକତରା ଗାଁର ସନ୍ନ୍ୟାସୀ ଯାନୀ ବାରଣ୍ଡାରେ ବସି ଭାତ ଖାଉଥିଲେ। ଠିକ୍‌ ସେହି ସମୟରେ ପଡ଼ୋଶୀ ପ୍ରହଲ୍ଲାଦ ଯାନୀ ଓ ତାଙ୍କ ସ୍ତ୍ରୀ ତାଙ୍କୁ ଗାଳି ଗୁଲଜ କରିଥିଲେ। ପରେ ପ୍ରହଲ୍ଲାଦ ଏକ ଠେଙ୍ଗାରେ ସନ୍ନ୍ୟାସୀଙ୍କୁ ମାଡ଼ ମାରିଥିଲେ। ଫଳରେ ସନ୍ନ୍ୟାସୀ ଗୁରୁତର ଅସୁସ୍ଥ ହୋଇଥିଲେ। ପରିବାର ଲୋକେ ତାଙ୍କୁ ପାପଡାହାଣ୍ଡି ମେଡ଼ିକାଲ୍‌ରେ ଭତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥା ତାଙ୍କର ମୃତ୍ୟୁ ଘଟିଥିଲା।

ବାପାଙ୍କ ମୃତ୍ୟୁ ପରେ ସନ୍ନ୍ୟାସୀଙ୍କ ପୁଅ ଏନେଇ ପାପଡାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ପ୍ରହଲ୍ଲାଦ ଓ ତାଙ୍କ ପତ୍ନୀଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲ୍ଲା ଦୌରା ଜର୍ଜ ସଂଜୀବ ଦୁବେ ୧୮ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ପ୍ରହଲ୍ଲାଦକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କ ପତ୍ନୀଙ୍କ ନିଦ୍ୱନ୍ଦ୍ୱରେ ଖଲାସ କରିଛନ୍ତି।

Advertisment

ରିପୋର୍ଟର -ନବରଙ୍ଗପୁରରୁ ନବଘନ ବିଷୋୟୀ

Crime Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe