Advertisment

ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ପାଇଁ ପ୍ରେମିକାର ପ୍ରେମିକକୁ ହତ୍ୟା

ସନ୍ଦୀପ ବାରମ୍ବାର ଅଞ୍ଜଳୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ଅଞ୍ଜଳୀ ଏଥିରେ ରାଜି ହୋଇ ନଥିଲେ ଓ ତାଙ୍କ ସହ ସବୁ ପ୍ରକାରର ସମ୍ପର୍କ ତୁଟାଇ ଦେଇଥିଲେ।

ଅଦ୍ୟତନ ହୋଇଛି
Murdered

Murdered

Advertisment

କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଜାଡ଼ି ଦେଇଛି ୩ ଜଣଙ୍କ ପରିବାର। ପ୍ରେମିକାର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଆଣିବା ପାଇଁ ପ୍ରେମିକ କରିଛି ହତ୍ୟା ଭଳି ଜଘନ୍ୟ ଅପରାଧ।

Advertisment

ପ୍ରେମିକା ବି ଏଥିରେ ପ୍ରେମିକର ପୂରା ସାଥ ଦେଇଛି। ପ୍ରେମିକ ଥାଇ ମଧ୍ୟ ପ୍ରେମିକା ଜଣଙ୍କ ଆଉ ଜଣଙ୍କ ସହ ରାତି ବିତାଉଥିଲେ। ଏହା ଏବେ ତାଙ୍କୁ ମହଙ୍ଗା ପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଏବେ ହତ୍ୟା ମାମଲାରେ ପ୍ରେମିକ ଓ ପ୍ରେମିକାଙ୍କୁ ପୁଲିସ ଗିରଫ କରିଛି।

ତ୍ରିକୋଣୀୟ ପ୍ରେମ କାହାଣୀ ଶେଷରେ ହତ୍ୟାରେ ଶେଷ ହୋଇଛି। ଗୁହାଟୀର ଗୋଟିଏ ପଞ୍ଚ ତାରକା ହୋଟେଲରେ ଘଟିଥିବା ହତ୍ୟାକାଣ୍ତର ରହସ୍ୟ ଉପରୁ ପୁଲିସ୍‌ ମାତ୍ର କିଛି ଘଣ୍ଟା ମଧ୍ୟରେ ପରାଦ ହଟାଇବାକୁ ସକ୍ଷମ ହୋଇଛି। ହତ୍ୟା ପରେ ଦୁଇ ଅଭିଯୁକ୍ତ ୫୦୦ କିମି ଦୂର କୋଲକାତାକୁ ଖସି ଯିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଠିକଣା ସମୟରେ ଧରିଛି।

Advertisment

୪୪ ବର୍ଷୀୟ ସନ୍ଦୀପ କୁମାର କାମ୍ବଲିଙ୍କ ମୃତଦେହ ଗୁହାଟୀ ଏୟାରପୋର୍ଟ ନିକଟରେ ଥିବା ଆଝାରା ହୋଟେଲରୁ ସୋମବାର ଅପରାହ୍ନରେ ମିଳିଥିଲା। ଅଭିଯୁକ୍ତ ୨୫ ବର୍ଷୀୟ ଅଞ୍ଜଳୀ ଶ’ ଓ ତାଙ୍କର ପୁରୁଷ ବନ୍ଧୁ ୨୩ ବର୍ଷୀୟ ବିକାଶ କୁମାର ଶ’ ଘଟଣା ପରେ ବିମାନ ଯୋଗେ କୋଲକାତା ଚାଲିଯିବାକୁ ଯୋଜନା କରିଥିଲେ। କିନ୍ତୁ ସେମାନେ ଏୟାରପୋର୍ଟରେ ପହଞ୍ଚିବା ପୂର୍ବରୁ ପୁଲିସ୍‌ ଉଭୟଙ୍କୁ ଗିରଫ କରି ନେଇଛି।

ସନ୍ଦୀପ ହେଉଛନ୍ତି ପୁଣେର ଜଣେ କାର ଡିଲର। ସେ ନିସ୍ତେଜ ଅବସ୍ଥାରେ ତାଙ୍କ ରୁମରେ ପଡ଼ି ରହିଥିବା ପ୍ରଥମେ ହୋଟେଲ କର୍ମଚାରୀମାନେ ଦେଖିଥିଲେ। ତାଙ୍କ ନାକରୁ ପ୍ରବଳ ରକ୍ତସ୍ରାବ ମଧ୍ୟ ହେଉଥିଲା। ଏହାପରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା।

ଅଞ୍ଜଳୀ କୋଲକାତା ଏୟାରପୋର୍ଟରେ ଥିବା ଗୋଟିଏ ରେଷ୍ଟୁରାଣ୍ଟରେ କାମ କରନ୍ତି। କାମ କରିବା ଭିତରେ ଗତବର୍ଷ ସନ୍ଦୀପଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହି ବନ୍ଧୁତା ପ୍ରେମର ରୂପ ନେଇଥିଲା। ଦୁହେଁ ଅନେକ ଥର ଏକାଠି ବୁଲିବାକୁ ଯିବା ସହ ପରସ୍ପର ସହ ଢେର ସମୟ ମଧ୍ୟ ବିତାଉଥିଲେ। ସବୁ କିଛି ଠିକ ଠାକ ଚାଲିଥିଲା। ହେଲେ ଅଞ୍ଜଳୀ ପୂର୍ବରୁ ବିକାଶଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ।

ସବୁ କିଛି ଠିକ ଠାକ ଚାଲିଥିଲା। ଏସବୁ ଭିତରେ ସନ୍ଦୀପ ବାରମ୍ବାର ଅଞ୍ଜଳୀଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ। ହେଲେ ଅଞ୍ଜଳୀ ଏଥିରେ ରାଜି ହୋଇ ନଥିଲେ ଓ ତାଙ୍କ ସହ ସବୁ ପ୍ରକାରର ସମ୍ପର୍କ ତୁଟାଇ ଦେଇଥିଲେ। ଅଞ୍ଜଳୀ ସମ୍ପର୍କ ତୁଟାଇ ଦେଇଥିଲେ ମଧ୍ୟ ସନ୍ଦୀପ ତାଙ୍କ ପିଛା ଛାଡ଼ି ନଥିଲେ। ସନ୍ଦୀପଙ୍କ ପାଖରେ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିବାରୁ ସେ ଅଞ୍ଜଳୀଙ୍କୁ ବ୍ଲାକ ମେଲ କରିବା ଆରମ୍ଭ କରିଥିଲେ। 

ତେବେ ଉକ୍ତ ଫଟୋ ଗୁଡ଼ିକୁ ନେଇ ଅଞ୍ଜଳୀ ଓ ବିକାଶ ମିଳିତ ଭାବେ ସନ୍ଦୀପଙ୍କ ପଚାରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ସମସ୍ତେ କୋଲକାତା ଏୟାରପୋର୍ଟରେ ଦେଖା ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସନ୍ଦୀପ ଉକ୍ତ ମିଟିଂକୁ ଗୁହାଟୀ ବଦଳାଇ ଦେଇଥିଲେ। ସେଠାରେ ସେ ଗୋଟିଏ ପଞ୍ଚ ତାରକା ହୋଟେଲରରେ ରୁମ ବୁକ କରିଥିଲେ।

ବିକାଶ ଓ ଅଞ୍ଜଳୀ ଏକାଠି ଗୁହାଟୀ ଯାଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଅଲଗା ଅଲଗା ହୋଇ ହୋଟେଲକୁ ଯାଇଥିଲେ। ପୂର୍ବରୁ ବିକାଶ ମଧ୍ୟ ସନ୍ଦୀପଙ୍କ ଅଜାଣତରେ ସମାନ ହୋଟେଲରେ ଗୋଟିଏ ରୁମ ବୁକ କରିଥିଲେ।

ଯୋଜନା ଅନୁସାରେ ଅଞ୍ଜଳୀ ଗୁହାଟୀରେ ପ୍ରଥମେ ସନ୍ଦୀପଙ୍କୁ ଦେଖା କରିଥିଲେ। ସେମାନେ ଏକାଠି ହୋଟେଲକୁ ଯାଇଥିଲେ। ପରବର୍ତ୍ତୀ ଅବସ୍ଥାରେ ବିକାଶ ଏକାକୀ ହୋଟେଲରେ ପ୍ରବେଶ କରିଥିଲେ।

ଅଞ୍ଜଳୀ ଓ ସନ୍ଦୀପଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ହଠାତ ବିକାଶ ପହଞ୍ଚି ଯାଇଥିଲେ। ଏହା ସନ୍ଦୀପଙ୍କୁ ପସନ୍ଦ ଆସି ନଥିଲା। ଫଳରେ ବିକାଶ ଓ ସନ୍ଦୀପଙ୍କ ମାରପିଟ ହୋଇଥିଲା। ଏଥିରେ ସନ୍ଦୀପ ଆହତ ହୋଇଥିଲେ। ତାଙ୍କ ନାକରୁ ରକ୍ତ ବାହାରି ଥିଲା।

ଏହା ଦେଖି ଅଞ୍ଜଳୀ ଓ ବିକାଶ ସେଠାରୁ ଚମ୍ପଟ ମାରିଥିଲେ। ଯିବା ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଥିବା ସନ୍ଦୀପଙ୍କର ଦୁଇଟି ଯାକ ମୋବାଇଲ ମଧ୍ୟ ସେମାନେ ନେଇ ଯାଇଥିଲେ।

ସେହିଦିନ ବିକାଶଙ୍କ ଗୋଟିଏ ଫୋନ କଲ ପାଇଁ ହୋଟେଲ କର୍ମଚାରୀ ସତର୍କ ହୋଇଥିଲେ ଓ ସେମାନେ ଗୁହାଟୀ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ହୋଟେଲ ରେଜିଷ୍ଟର, ସିସିଟିଭି ଫୁଟେଜ ଓ ଏୟାରପୋର୍ଟ ପାସେଞ୍ଜର ଲିଷ୍ଟକୁ ଯାଞ୍ଚ କରିଥିଲା।

ଏହାପରେ ପୁଲିସ୍‌ ବିକାଶ ଓ ଅଞ୍ଜଳୀଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେମାନେ ୯.୧୫ରେ କୋଲକାତା ଯିବା ପାଇଁ ବିମାନରେ ବସି ଥାଆନ୍ତେ। କିନ୍ତୁ ତା’ ପୂର୍ବରୁ ପୁଲିସ୍‌ ଉଭୟଙ୍କୁ ଗିରଫ କରି ନେଇଛି।

West Bengal Assam Pune
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe