Advertisment

ମଞ୍ଚା ଉପରେ ଶୋଇଥିଲେ ବ୍ୟକ୍ତି; ବେକରେ ବାଜିଲା ଚୋଟ

ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ବିଶ୍ଵନାଥ ମଞ୍ଚା କରି ରାତିରେ ଜଗିଥାନ୍ତି ।

author-image
Niharika Rout
Family

Family

ସବୁ ଦିନ ପରି ଫସଲ ଜଗିବାକୁ ରାତିର ଅନ୍ଧକାରରେ ମଞ୍ଚାକୁ ଚଢ଼ିଥିଲେ। ମାତ୍ର ଜାଣି ନ ଥିଲେ ସେହି ରାତିର ଅନ୍ଧକାର ହିଁ ତାଙ୍କ ପାଇଁ କାଳ ରାତି ସାଜିବ। ମଞ୍ଚା ଉପରେ ହିଁ ଚାଲିଯିବ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଓଳାବିର ଗାଁରେ ଘଟିଛି। ମୃତକ ହେଲେ ଓଳାବିର ଗାଁର ବିଶ୍ଵନାଥ ବର୍ଗିଆ ।

Advertisment

ବନ୍ୟଜନ୍ତୁଙ୍କ କବଳରୁ ଫସଲକୁ ରକ୍ଷା କରିବା ପାଇଁ ନିଜ ଚାଷ ଜମି ନିକଟରେ ବିଶ୍ଵନାଥ ମଞ୍ଚା କରି ରାତିରେ ଜଗିଥାନ୍ତି । ତାଙ୍କ ମଞ୍ଚା ଘରଠୁ ଅଳ୍ପ ଦୂରରେ ଅବସ୍ଥିତ । ସବୁଦିନ ପରି ଗତ ରାତିରେ ବି ବିଶ୍ଵନାଥ ମଞ୍ଚ ଉପରକୁ ଯାଇଥିଲେ। ସେଠାରେ ସେ ଶୋଇ ପଡ଼ିଥିବା ବେଳେ ଅତର୍କିତ ଭାବେ କେହି ଦୁର୍ବୃତ୍ତ ତାଙ୍କ ବେକକୁ ଆକ୍ରମଣ କରିଥିଲେ।

ଫଳରେ ବିଶ୍ୱନାଥ ଚିତ୍କାର କରିବାରୁ ପରିବାର ଲୋକେ ତୁରନ୍ତ ସେଠାରେ ପହଞ୍ଚିଥିଲେ। ସେଠାରେ ସେମାନେ ତାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିବା ବେଳେ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ।

Advertisment

ପରିବାର ଲୋକେ ତୁରନ୍ତ ତାଙ୍କୁ ଘରକୁ ଆଣିଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇ ପୁଲିସ୍‌ ଆଜି ସକାଳେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।

ବିଶ୍ଵନାଥଙ୍କ ଉପରେ କାହିଁକି କିଏ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇ ପାରି ନ ଥିବା ବେଳେ ପରିବାର ଲୋକେ ବି କାହା ଉପରେ ସନ୍ଦେହ କରି ପାରୁ ନାହାନ୍ତି।

Murder Angul