Advertisment

ମାଛ ପାଇଁ ମର୍ଡର; ହୋଟେଲରେ ରୋଷେୟାଙ୍କୁ ପନିକିରେ ହାଣିଦେଲେ କର୍ମଚାରୀ

ପରିବାର ଲୋକଙ୍କ କହିବାନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା।

ଅଦ୍ୟତନ ହୋଇଛି
Police before Hotel

Police before Hotel

Advertisment

ମାଛକୁ ନେଇ ମହାଭାରତ। ରାଜଧାନୀର ଏକ ହୋଟେଲରେ ମାଛ ପାଇଁ ହୋଇଛି ବୀଭତ୍ସ ହତ୍ୟାକାଣ୍ଡ । ଡମଣା ଛକରେ ଥିବା ହୋଟେଲ ତାରାଦେଇରେ ଘଟିଛି ଏପରି ଏକ ଅଭାବନୀୟ କାଣ୍ଡ ।

Advertisment

ସାମାନ୍ୟ ମାଛ ପାଇଁ ରୋଷେୟାଙ୍କୁ ହତ୍ୟା କଲା ଅନ୍ୟ ଜଣେ ହୋଟେଲର କର୍ମଚାରୀ । ମୃତକ ହୋଟେଲ ରୋଷେୟା ପୀତାମ୍ବର ଜେନା ବୋଲି ଜଣାଯାଇଛି। ମୃତ ପୀତାମ୍ବରଙ୍କ ଘର ଗଞ୍ଜାମ ସୋରଡ଼ାରେ । ସେ ୧୫ ବର୍ଷ ଧରି ଉକ୍ତ ହୋଟେଲରେ ରୋଷେୟା ଭାବେ କାମ କରୁଥିଲେ।

ପରିବାର ଲୋକଙ୍କ କହିବାନୁଯାୟୀ, ଗତ ରାତିରେ ମାଛ ଖାଇବାକୁ ନେଇ ହୋଟେଲର ଜଣେ କର୍ମଚାରୀ ଓ ପୀତାମ୍ବରଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୁକ୍ତଜଣକ ପୀତାମ୍ବରଙ୍କୁ ଗୋଡ଼ାଇ ଗୋଡ଼ାଇ ପନିକିରେ ହାଣିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଦୁର୍ବୁତ୍ତ ପନିକିରେ ହାଣି ସାରିବା ପରେ, ମୃତଦେହକୁ ଲୁଚାଇବା ପାଇଁ କରୁଥିଲା ଯୋଜନା । ମାତ୍ର ତାହା ସମ୍ଭବ ନ ହେବାରୁ ଫେରାର ହୋଇଯାଇଛି ଅଭିଯୁକ୍ତ ।  ଖବର ପାଇ ପୁଲିସ୍‌ ଓ ମୃତକଙ୍କ ପରିବାର ଲୋକେ ହୋଟେଲ ନିକଟରେ ପହଞ୍ଚିଛନ୍ତି। ତେବେ ମୃତଦେହ ହୋଟେଲରେ ପଡ଼ିଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌କୁ ଅପେକ୍ଷା କରିଛି ପୁଲିସ୍‌। ସାଇଣ୍ଟିଫିକ୍‌ ଟିମ୍‌ ସାମ୍ପଲ ସଂଗ୍ରହ କରି ସାରିବା ପରେ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବ ପୁଲିସ୍‌।

Bhubaneswar Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe