Advertisment

ଟଙ୍କା ପାଇଁ ଯୁବକ ନେଲେ ସାଙ୍ଗର ଜୀବନ

ପୁଲିସ ଅଭିଯୁକ୍ତ କେବଳ ସିଂହକୁ ଅଟକ ରଖି ପଚରାଉଚରା କରୁଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Murder

Murder

ଟଙ୍କା ପାଇଁ ସାଙ୍ଗକୁ ବିଚ୍ ବଜାରରେ ହତ୍ୟା କଲେ ଯୁବକ। ଘଟଣା ଘଟିଛି ରାଉରକେଲା ଝିରପାଣି ଥାନା ଅନ୍ତର୍ଗତ ମାଛ ମାର୍କେଟ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବର୍ଟୋଲି ଅଞ୍ଚଳର ନିହାର ରଞ୍ଜନ ଆଚାର୍ଯ୍ୟ। ପୁଲିସ ଅଭିଯୁକ୍ତ କେବଳ ସିଂହକୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି ରାତିରେ ମାଛ ମାର୍କେଟ ଭଳି ଜନଗହଳିପୂର୍ଣ୍ଣ ସ୍ଥାନରେ ନିହାରଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା କେବଳ। ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା। ଟଙ୍କା କାରବାରକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

ପୁଲିସ କେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଝିରପାଣି ପୁଲିସ ଏବଂ DSP ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି। ନିହାର ଓ କେବଳ ଉଭୟ ବନ୍ଧୁ ଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Advertisment
Rourkela