Advertisment

କେଉଁ ଗୋଟିଏ ଭୁଲ ମୁସ୍କାନ ଓ ସାହିଲକୁ ମହଙ୍ଗା ପଡ଼ିଲା?

ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ।

sahil

sahil

Advertisment

ଉତ୍ତର ପ୍ରଦେଶର ମୀରଟର ମୁସ୍କାନ ରସ୍ତୋଗୀ ତା’ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ସ୍ୱାମୀ ସୌରଭ ରାଜପୁତଙ୍କୁ ଭୟଙ୍କର ଢଙ୍ଗରେ ହତ୍ୟା କରିବା ଘଟଣାରେ ଗିରଫ ହୋଇ ଜେଲରେ ରହିଛି। ଉଭୟ ମାର୍ଚ୍ଚ ୩ରେ ସୌରଭଙ୍କୁ ପ୍ରଥମେ ଡ୍ରଗ୍ସ ପରେ ଛୁରୀ ଭୁଷି ହତ୍ୟା କରିଥିଲେ। ଏହାପରେ ମୃତଦେକୁ ଖଣ୍ଡଖଣ୍ଡ କରି ଗୋଟିଏ ଡ୍ରମରେ ଭର୍ତ୍ତି କରି ସିମେଣ୍ଟ ଦ୍ୱାରା ସିଲ କରିଥିଲେ। ହତ୍ୟାକାଣ୍ଡ ପରେ ସେମାନେ ହିମାଚଳ ପ୍ରଦେଶର ଶିମଲାକୁ ହନିମୁନ ପାଇଁ ଚାଲି ଯାଇଥିଲେ। ସେଠାରେ ଛୁଟି କାଟି ପ୍ରାୟ ୧୫ ଦିନ ପରେ ଉଭୟ ଫେରିବା ପରେ ପୁଲିସ୍‌ ଦ୍ୱାରା ଗିରଫ ହୋଇଛନ୍ତି।

Advertisment

ସୌରଭଙ୍କୁ ହତ୍ୟା କରିବା ପରେ ଉଭୟ ଏହାକୁ ୧୫ ଖଣ୍ଡ କରି କାଟି ଦେଇଥିଲେ। ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରି ସିମେଣ୍ଟରେ ସିଲ କରି ଦେଇଥିଲେ। କିନ୍ତୁ ସେମାନେ ପ୍ଲାଷ୍ଟିକ ଡ୍ରମର ଓଜନକୁ ଆକଳନ କରି ପାରି ନଥିଲେ। ଏହା ହିଁ ଥିଲା ସେମାନଙ୍କର ବଡ଼ ଭୁଲ। ଏହା ପରବର୍ତ୍ତୀ ଅବସ୍ଥାରେ ମୁସ୍କାନ ଓ ସାହିଲ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି।

ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ ମୁସ୍କାନ ଓ ସାହିଲ ମାର୍ଚ୍ଚ ୩ ବିଳମ୍ବିତ ରାତିରେ ସୌରଭଙ୍କୁ ଛୁରୀ ଭୁଷି ହତ୍ୟା କରିଥିଲେ। ମୃତଦେହକୁ ୧୫ ଖଣ୍ଡ କରିଥିଲେ ଓ ଏହାକୁ ଗୋଟିଏ ପ୍ଲାଷ୍ଟିକ ଡ୍ରମରେ ଭର୍ତ୍ତି କରିଥିଲେ। ଏହାପରେ ଓଦା ସିମେଣ୍ଟ ଢାଳି ଖଣ୍ଡବିଖଣ୍ଡିତ ଅଂଶକୁ ସିଲ କରି ଦେଇଥିଲେ। ସିମେଣ୍ଟ ସିଲ ପରେ ଏହାକୁ ଘରେ ରଖି ମୁସ୍କାନ ଓ ସାହିଲ ସିଧା ହିମାଚଳପ୍ରଦେଶର ଶିମଲାକୁ ଟ୍ରିପରେ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ସେମାନେ ଡ୍ରମକୁ ଅନ୍ୟତ୍ର ଫିଙ୍ଗି ଥାଆନ୍ତେ।

Advertisment

ହିଲ ଟ୍ରିପର ଦୁଇ ଅଭିଯୁକ୍ତ ମୌଜ କରିବାର ଏକାଧିକ ଭିଡିଓ ପୁଲିସ ଠାବ କରିଛି। ଭୟଙ୍କର ହତ୍ୟା କରି ଘରେ ମୃତଦେହ ଲୁଚାଇ ରଖିଥିବା ସତ୍ତ୍ୱେ ମୁସ୍କାନ ଓ ସାହିଲ ଆଦୌ ଚିନ୍ତାରେ ଥିବା ଭଳି ଲାଗୁ ନଥିବା ଭିଡିଓରେ ଦେଖାଯାଉଛି। ଚିନ୍ତାରେ ରହିବା ବଦଳରେ ଉଭୟ ହସଖୁସିରେ ଟ୍ରିପକୁ ଉପଭୋଗ କରୁଥିବା ଭିଡିଓରୁ ସ୍ପଷ୍ଟ ହୋଇଛି। ହିମାଚଳ ଟ୍ରିପରୁ ଉଭୟ ମାର୍ଚ୍ଚ ୧୭ରେ ଫେରିଥିଲେ। ଏହାପରେ ଡ୍ରମ ସହ ଖଣ୍ଡବିଖଣ୍ଡିତ ମୃତଦେକୁ ଅନ୍ୟତ୍ର ଫିଙ୍ଗିବା ପାଇଁ ଚାହିଁଥିଲେ।

ଦିନକ ପରେ ସେମାନେ କିଛି ଶ୍ରମିକଙ୍କୁ ଘରକୁ ଡାକିଥିଲେ ଓ ସେମାନଙ୍କୁ ଡ୍ରମକୁ ଘରୁ ବାହାର କରି ଅନ୍ୟତ୍ର ଫିଙ୍ଗି ଦେବାକୁ କହିଥିଲେ। କିନ୍ତୁ ଡ୍ରମର ଓଜନ ଅଧିକ ଥିବାରୁ ଘରକୁ ଆସିଥିବା ଶ୍ରମିକମାନେ ଏହାକୁ ଉଠାଇ ପାରି ନଥିଲେ। ତଥାପି ସେମାନେ ଡ୍ରମକୁ ଟେକାଟେକି କରିଥିଲେ। ଏତିକେ ବେଳେ ଡ୍ରମର ଉପର ଭାଗ ଖୋଲି ଯାଇଥିଲା। ତୁରନ୍ତ ଡ୍ରମରେ ଅଧା ପଚି ଯାଇଥିବା ସୌରଭଙ୍କ ଖଣ୍ଡବିଖଣ୍ଡିତ ମୃତଦେହର ଗନ୍ଧ ପୂରା ପରିବେଶରେ ଖେଳି ଯାଇଥିଲା। ଶ୍ରମିକମାନେ ଡ୍ରମକୁ ଉଠାଇବାରେ ବିଫଳ ହୋଇଥିବା ବେଳେ ଗନ୍ଧ ସେମାନଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ସେମାନେ କାମ ନ କରି ସେଠାରୁ ତୁରନ୍ତ ଚାଲି ଯାଇଥିଲେ।

ଏସବୁ ଦେଖି ମୁସ୍କାନ ପୂରା ଡରି ଯାଇଥିଲା। ସେ ତୁରନ୍ତ ସେଠାରୁ ନିଜ ବାପା ମା’ଙ୍କ ଘରକୁ ଚାଲି ଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସୌରଭଙ୍କ ଭଉଣୀ ଓ ଭିଣୋଇଙ୍କୁ ହତ୍ୟା ଘଟଣାରେ ଫସାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ବାପା ମା’ ବାରମ୍ବାର ପଚାରିବାରୁ ମୁସ୍କାନ କହିଥିଲା ଯେ ସାହିଲ ସହ ମିଶି ସେ ସୌରଭଙ୍କୁ ହତ୍ୟା କରିଛି। ଏକଥା ଶୁଣି ତା’ ବାପା ମା’ ପୂରା ସ୍ତବ୍ଧ ହୋଇଯାଇଥିଲେ। ସେମାନେ ତୁରନ୍ତ ମୁସ୍କାନକୁ ଥାନାକୁ ନେଇ ଯାଇଥିଲେ। ସେଠାରେ ମୁସ୍କାନ ହତ୍ୟାକାଣ୍ଡକୁ ସ୍ୱୀକାର କରିଥିଲା। ଏହାପରେ ପୁଲିସ୍‌ ମୁସ୍କାନ ଓ ସାହିଲକୁ ଗିରଫ କରିଥିଲା।

ଜଣେ ପଡ଼ୋଶୀ କହିଛନ୍ତି, “ସାହିଲ ନିୟମିତ ଭାବେ ମୁସ୍କାନ ପାଖକୁ ମୀରଟ ସ୍ଥିତ ଘରକୁ ଦେଖା କରିବା ପାଇଁ ଆସେ। ମୁସ୍କାନ ସମସ୍ତଙ୍କ ସହ ଠିକ ଠାକ ବ୍ୟବହାର କରେ। ମୁଁ ବିଶ୍ୱାସ କରିପାରୁନି ଯେ ସେ ଏଭଳି କାମ କରିଛି। ମାର୍ଚ୍ଚ ୩ ହତ୍ୟା ସମ୍ପର୍କରେ ଆମକୁ କିଛି ବି ସୁରାଗ ମିଳି ନଥିଲା। ମାର୍ଚ୍ଚ ୧୭ରେ ମୁଁ ତା’କୁ ଏକାକୀ ବସିଥିବା ଦେଖିଥିଲି। ଏବେ ମୁଁ ଜାଣୁଛି ଯେ ମୁସ୍କାନ ଡ୍ରମକୁ କେମିତି ଫିଙ୍ଗାଯିବ, ସେକଥା ଭାବୁଥିଲା। କିଛି ଶ୍ରମିକ ଆସିଥିବା ମୁଁ ଶୁଣିଛି। କିନ୍ତୁ ସେମାନେ ଡ୍ରମକୁ ଉଠାଇ ପାରି ନଥିଲେ।”

ମୁସ୍କାନ ଓ ସୌରଭ ୨୦୧୬ରେ ପ୍ରେମ ବିବାହ କରିଥିଲେ। କିନ୍ତୁ ସେମାନଙ୍କ ଖୁସି ଖୁବ କମ ଦିନ ପାଇଁ ରହିଥିଲା। ସୌରଭ ୨୦୨୧ରେ ମୁସ୍କାନଙ୍କ ସମ୍ପର୍କ ଆଉ କାହା ସହ ରହିଥିବା ଜାଣିବାକୁ ପାଇଥିଲେ। ସେ ଘରେ ନଥିବା ବେଳେ ମୁସ୍କାନ ଓ ସାହିଲ ଏକାଠି ସମୟ କାଟୁଥିଲେ। ଉଭୟଙ୍କୁ ଏକଦା ଫ୍ଲାଟର ମାଲିକ ଆପତ୍ତିଜନକ ଅବସ୍ଥାରେ ଦେଖି ସୌରଭଙ୍କୁ ଜଣାଇଥିଲେ।

ଜେରା ବେଳେ ମୁସ୍କାନ କହିଛି ଯେ ୨୦୧୯ରୁ ସାହିଲ ସହ ତା’ର ଅନୈତିକ ସମ୍ପର୍କ ରହିଥିଲା। ସୌରଭ ଏକଥା ଜାଣିବା ପରେ ୨୦୨୧ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କିନ୍ତୁ ତାଙ୍କ ପରିବାର ପତ୍ନୀ ସହ ରହିବାକୁ ପରାମର୍ଶ ଦେବାରୁ ସେ ଛାଡ଼ପତ୍ର ନିଷ୍ପତ୍ତିରୁ ଓହରି ଯାଇଥିଲେ। ମୁସ୍କାନ ଦାବି କରିଛି ଯେ ସାହିଲ ସବୁବେଳେ ମଦ ନିଶାରେ ରହିଥାଏ। ଏଥିଯୋଗୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ବି ହୁଏ। ସାହିଲର ଆର୍ଥିକ ଅବସ୍ଥା ମଧ୍ୟ ଭଲ ନଥିଲା। ମୁସ୍କାନର ତା’ର ସବୁ ଖର୍ଚ୍ଚ ବୁଝୁଥିଲା।

ମୁସ୍କାନର ପରିବାର ଲୋକ ଦାବି କରିଥିଲେ ଯେ ସାହିଲ ହିଁ ତାଙ୍କ ଝିଅକୁ ନିଶା ଖାଇବା ଶିଖାଇଥିଲା। ପୁଲିସ୍‌ ମଧ୍ୟ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ ସାହିଲ ଓ ମୁସ୍କାନ ଏକାଠି ହେବା ମାତ୍ରେ ପ୍ରଥମେ ମଦ ପିଉଥିଲେ। କିନ୍ତୁ ମୁସ୍କାନ ଦାବି କରିଛି ଯେ ସାହିଲକୁ ଭେଟିବା ପୂର୍ବରୁ ସେ ମଦ ପିଉଥିଲା। ୨୦୨୩ରୁ ସୌରଭ ଲଣ୍ଡନର ଗୋଟିଏ ବେକରୀରେ କାମ କରୁଥିଲେ। ସେ ଫେବୃଆରୀ ୨୪ରେ ଭାରତକୁ ଆସିଥିଲେ। ଦୁଇ ଅଭିଯୁକ୍ତ ତାଙ୍କୁ ଫେବୃଆରୀ ୨୫ରେ ମାରିବାକୁ ଯୋଜନା କରିଥିଲେ। କିନ୍ତୁ ଏଥିରେ ସେମାନଙ୍କୁ ସଫଳତା ମିଳି ନଥିଲା। ତେବେ ମାର୍ଚ୍ଚ ୩ରେ ସେମାନେ ନିଜ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି।

Murder Uttar Pradesh Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe