Advertisment

ହିନ୍ଦୁ ଯୁବତୀଙ୍କ ସହ ଛିଡ଼ା ହୋଇଥିବା ମୁସଲିମ ଯୁବକଙ୍କୁ ପ୍ରବଳ ମାଡ଼, ଶୁଭିଲା ଜୟ ଶ୍ରୀରାମ ନାରା

ଭିଡିଓରେ ଦେଖିବାକୁ ମିଳୁଛି ଯେ ସଂଘବଦ୍ଧ ଭାବେ କିଛି ଲୋକ ମୁସଲିମ ଯୁବକଙ୍କୁ ଷ୍ଟେସନରୁ ଭିଡ଼ି ଭିଡ଼ି ବାହାରକୁ ଆଣିବା ସହ ପ୍ରବଳ ମାଡ଼ ମାରୁଛନ୍ତି।

attack

attack

Advertisment

ମୁମ୍ବାଇର ବାନ୍ଦ୍ରା ଟମ୍ରିନସ ରେଳ ଷ୍ଟେସନରେ ଜଣେ ମୁସଲିମ ଯୁବକଙ୍କୁ ହୋଇଛି ପ୍ରବଳ ମାଡ଼। ଯୁବକ ଜଣଙ୍କ ଜଣେ ହିନ୍ଦୁ ଯୁବତୀଙ୍କ ସହ ଛିଡ଼ା ହୋଇଥିବା ବେଳେ କିଛି ଲୋକ ତାଙ୍କୁ ଭିଡ଼ା ଓଟରା କରିବା ସହ ମନଇଚ୍ଛା ପିଟିଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ସଂଘବଦ୍ଧ ଭାବେ କିଛି ଲୋକ ମୁସଲିମ ଯୁବକଙ୍କୁ ଷ୍ଟେସନରୁ ଭିଡ଼ି ଭିଡ଼ି ବାହାରକୁ ଆଣିବା ସହ ପ୍ରବଳ ମାଡ଼ ମାରୁଛନ୍ତି। ଜଣେ ପୁଲିସ୍‌ ଅଫିସର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ମଧ୍ୟ ସେ ଏଥିରେ କୌଣସି ପ୍ରକାରର ହସ୍ତକ୍ଷେପ କରୁ ନାହାନ୍ତି।

ସେହିପରି ମୁସଲିମ ଯୁବକଙ୍କୁ ମାଡ଼ ମାରିଥିବା ଲୋକମାନେ ଗୋଟିଏ ଦକ୍ଷିଣ ପନ୍ଥୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ମୁସଲିମ ଯୁବକ ଜଣଙ୍କ ହିନ୍ଦୁ ଯୁବତୀଙ୍କ ସହ ଛିଡ଼ା ହୋଇଥିବାରୁ ତାଙ୍କୁ ସେମାନେ ନାଲି ଆଖି ଦେଖାଇ ଏପରି ମାଡ଼ ମାରିଛନ୍ତି। ଏଥିସହ ଜୟ ଶ୍ରୀରାମ ଓ ବନ୍ଦେ ମାତରମ ନାରା ମଧ୍ୟ ଦେଇଛନ୍ତି।

Advertisment

ଘଟଣାଟି ଜୁଲାଇ ୨୧ରେ ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହେଉଛି। ଘଟଣା ବେଳେ ଅନେକ ଲୋକ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ କେହି ଏଥିରେ ହସ୍ତକ୍ଷେପ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେହିପରି ଘଟଣାକୁ ପ୍ରାୟ ମାସେ ବିତିବାକୁ ବସିଥିବା ବେଳେ ପୁଲିସ୍‌ରେ ଏନେଇ କୌଣସି ଅଭିଯୋଗ ମଧ୍ୟ ହୋଇନାହିଁ।

ଏବେ ଭିଡିଓ ସାମ୍ନାକୁ ଆସିବା ପରେ ନିର୍ମଳ ନଗର ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇଛି। ଏଥିସହ ନିଜ ଆଡ଼ୁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe