Advertisment

ମନ୍ଦିରରେ ସାଧୁ ବେଶରେ ରହୁଥିବା ମୁସଲିମ ବ୍ୟକ୍ତିଙ୍କୁ ଧରିଲା ପୁଲିସ୍‌

ପ୍ରଶାସନର ସୂଚନା ଅନୁସାରେ ଗୁଲ୍ଲୁ ମନ୍ଦିର ପରିସରରେ ୨୦୨୩ ଜାନୁଆରୀ ମାସରୁ ସାଧୁ ବେଶରେ ରହି ଆସୁଥିଲେ।

Sadhu

Sadhu

Advertisment

ବେଶ କିଛି ମାସ ହେଲା ସାଧୁ ବେଶରେ ମନ୍ଦିରରେ ରହୁଥିବା ଜଣେ ୩୮ ବର୍ଷୀୟ ମୁସଲିମ ବ୍ୟକ୍ତିଙ୍କୁ ଆଜି ଉତ୍ତର ପ୍ରଦେଶର ମୀରଟ ପୁଲିସ୍‌ ଗିରଫ କରିଛି। ଏହି ବ୍ୟକ୍ତି ଜଣଙ୍କ ହେଲେ ଗୁଲ୍ଲୁ। ତାଙ୍କ ଘର ହରିଆଣାର ପାନିପତ ଅନ୍ତର୍ଗତ ଗାଧ୍ରୀ ଗାଁରେ। ତାଙ୍କ ନାଁରେ ପୁଲିସ୍‌ ଅପରାଧିକ ମାମଲା ରୁଜୁ କରିଛି। 

Advertisment

ମଟୁର ଗାଁ ନିକଟ ଏନଏଚ୍‌ ୫୮ ନିକଟରେ ଥିବା ଶିବ ମନ୍ଦିରରେ ଜଣେ ମୁସଲିମ ବ୍ୟକ୍ତି ସାଧୁ ବେଶରେ ରହୁଥିବା ପୁଲିସ୍‌କୁ ପ୍ରଥମେ ସୂଚନା ମିଳିଥିଲା। ପୁଲିସ୍‌ ଏହି ସୂଚନା ପାଇବା ପରେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏହି ସମୟରେ ଜଣେ ବ୍ୟକ୍ତି ସାଧୁ ବେଶବୁଷାରେ ମନ୍ଦିର ପରିସରରେ ବୁଲୁଥିବା ଦେଖିବାକୁ ପାଇଥିଲା। ତାଙ୍କୁ ପଚରାଉଚରା କରିବା ପରେ ପୁଲିସ୍‌ ଗିରଫ କରିଥିଲା।

ପ୍ରଶାସନର ସୂଚନା ଅନୁସାରେ ଗୁଲ୍ଲୁ ମନ୍ଦିର ପରିସରରେ ୨୦୨୩ ଜାନୁଆରୀ ମାସରୁ ସାଧୁ ବେଶରେ ରହି ଆସୁଥିଲେ। ସେ ସାଧୁ ଭାବେ ସମସ୍ତଙ୍କୁ ପରିଚୟ ଦେଉଥିବା ବେଳେ ବାସ୍ତବରେ ସେ ଜଣେ ମୁସଲିମ ବ୍ୟକ୍ତି ରହିଥିଲେ। ଏକଥା କାହାକୁ ବି ଏଯାଏ ଜଣା ନଥିଲା। ତେବେ ବ୍ୟକ୍ତି ଜଣଙ୍କ କାହିଁକି ଏପରି ପଦକ୍ଷେପ ନେଇଥିଲେ ଓ ମନ୍ଦିରରେ ରହୁଥିଲେ, ପୁଲିସ୍‌ ତା’ର ତଦନ୍ତ ଆରମ୍ଭ କରିଛି।

Advertisment

ଏସଆଇ ଅଭିଷେକ ପଟେଲ କହିଛନ୍ତି, ଗୁଲ୍ଲୁ ଜଣେ ମୁସଲିମ। ପୂର୍ବରୁ ତାଙ୍କ ନାଁରେ କୌଣସି ଅପରାଧିକ ମାମଲା ଥିଲା କି ନାହିଁ, ସେକଥା ଜଣାପଡ଼ିନି। ସେ ବିବାହିତ। କିନ୍ତୁ ତାଙ୍କ ପତ୍ନୀ କିମ୍ବା ପିଲା ତାଙ୍କ ସହ ରହୁ ନାହାନ୍ତି। ଏବେ ତାଙ୍କୁ ଜେରା କରାଯାଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଥିବା ସେ କହିଛନ୍ତି।

Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe