/odisha-reporter/media/post_attachments/uploadimage/library/16_9/16_9_0/BJP_1702115245.jpg)
BJP
ମଧ୍ୟପ୍ରଦେଶର ଶେହୋରେ ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି। ଜଣେ ମୁସଲିମ ମହିଳାଙ୍କୁ ତାଙ୍କ ଭିଣୋଇ ଓ ସ୍ୱାମୀ ପ୍ରବଳ ମାଡ଼ ମାରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନ ବେଳେ ମହିଳା ଜଣଙ୍କ ବିଜେପିକୁ ଭୋଟ ଦେଇଥିଲେ।
ଏହି କାରଣ ପାଇଁ ତାଙ୍କୁ ମାଡ଼ ମରାଯାଇଛି। ନଭେମ୍ବର ୧୭ରେ ମଧ୍ୟପ୍ରଦେଶ ବିଧାନସଭାର ସମସ୍ତ ଆସନ ପାଇଁ ଭୋଟ ହୋଇଥିଲା। ଡିସେମ୍ବର ୩ରେ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ବିଜେପି ରାଜ୍ୟରେ ପୁଣି ସରକାର ଗଠନ କରିବାକୁ ଜନମତ ପାଇଛି। ବିଜେପି ଜିତିବା ପରେ ମହିଳାଙ୍କୁ ଡିସେମ୍ବର ୪ ତାରିଖରେ ତାଙ୍କ ଭିଣୋଇ ଓ ସ୍ୱାମୀ ମାଡ଼ ମାରି ଲହୁଲୁହାଣ କରିଛନ୍ତି।
ନିଜର ଯନ୍ତ୍ରଣା ସମ୍ପର୍କରେ ସୂଚନା ଦେଇ ସମିନା କହିଛନ୍ତି, “ମୋ ପରିବାର ଓ ମୁଁ ବିଜେପିର ବିଜୟ ପାଇଁ ବେଶ ଉତ୍ସାହିତ ଥିଲୁ। କିନ୍ତୁ ମୁଁ କଂଗ୍ରେସ ବଦଳରେ ବିଜେପିକୁ ଭୋଟ ଦେଇଥିବାରୁ ମୋ ଭିଣୋଇ ଜାଭେଦ ପୂରା ରାଗି ଯାଇଥିଲେ। ସେ ମୋତେ ପ୍ରବଳ ମାଡ଼ ମାରିଥିଲେ। ଏଥିରେ ମୋ ସ୍ୱାମୀ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ।
ଜାଭେଦ କଂଗ୍ରେସର ଜଣେ ଦୃଢ଼ ସମର୍ଥକ। ସେ ସବୁବେଳେ ବିଜେପିକୁ ବିରୋଧ କରନ୍ତି। ପ୍ରଥମେ ସେ ମୋତେ ଅଭଦ୍ର ଟିପ୍ପଣୀ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ମୋତେ କାଠ ଫାଳିଆରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ମୋ ସ୍ୱାମୀ ଏହାକୁ ଆଦୌ ଅଟକାଇ ନଥିଲେ।”
ବାରଖେଦା ହାସାନ ଗାଁରେ ରହୁଥିବା ୩୦ ବର୍ଷୀୟ ସମିନା ଶୁକ୍ରବାର ଏନେଇ ଜିଲ୍ଲାପାଳ ଓ ପୁଲିସ୍ ନିକଟରେ ଅଭିଯୋଗ କରିଛନ୍ତି। ଅହମେଦପୁର ପୁଲିସ ଘଟଣାକୁ ନେଇ ଆଇପିସିର ଧାରା ୨୯୪,୩୨୩, ୫୦୬ ଓ ୩୪ରେ ମାମଲା ରୁଜୁ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।
ଏହି ଘଟଣାକୁ ନ୍ୟାଶନାଲ ପସମନ୍ଦା ମୁସଲିମ ଫେଡରେସନର ରାଜ୍ୟ ସଭାପତି ନୌଶଦ ଖାନ ଦୃଢ଼ ଭାବେ ବିରୋଧ କରିଛନ୍ତି। ଏଥିସହ ସେ ପୀଡ଼ିତା ଓ ତାଙ୍କ ବାପାଙ୍କୁ ଧରି ଜିଲ୍ଲାପାଳଙ୍କ ଅଫିସକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
