/odisha-reporter/media/post_attachments/uploadimage/library/16_9/16_9_0/Murder_1688007078.jpg)
Murder
ଯୁବକଙ୍କୁ ହତ୍ୟା କରି ରାସ୍ତାରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣ ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧ କେଶବ ନଗରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାକେଶ ପ୍ରଧାନ। ତାଙ୍କୁ ୨୨ବର୍ଷ ହୋଇଥିଲା।
ଗତକାଲି ରାତି ୮ଟା ସମୟରେ ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ଘରୁ ଡାକିନେଇଥିଲେ। ବିଳମ୍ବିତ ପର୍ଯ୍ୟନ୍ତ ରାକେଶ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକ ରାକେଶଙ୍କୁ ଫୋନ୍ କରିଥିଲେ। ହେଲେ ସେ ଫୋନ୍ ଉଠାଇ ନଥିଲେ। ଏନେଇ ସମସ୍ତଙ୍କୁ ପଚରାଉରା କରିଥିଲେ। ହେଲେ ରାକେଶଙ୍କୁ ପାଇ ନଥିଲେ।
ଆଜି ସକାଳେ ରାକେଶଙ୍କ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ କେଶବନଗରର ରାସ୍ତାକଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଛୁରୀ ଓ ମୋବାଇଲ ଜବତ କରିଛି। ସାଇଣ୍ଟିଫିକ୍ ଟିମ୍ ସହ ସନ୍ଧାନୀ କୁକୁର ଧରି ଛାନଭିନ୍ କରୁଛି ଟାଉନ୍ ଥାନା ପୁଲିସ୍। ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
