Advertisment

ମଟନ କିଣିବା ବାହାନାରେ ଆସି ସ୍ପ୍ରେ ମାରି ଲୁଟି ନେଲେ

ପୁଲିସ ପହଞ୍ଚି ମେହରବାନ ଓ ଅନ୍ୟ ବ୍ୟକ୍ତି ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା।

Mutton Seller

Mutton Seller

Advertisment

କଟକର ଗୋପାଳପୁରର ଜଣେ ମଟନ ଦୋକାନୀ ଆଜି ଲୁଟ୍‌ର ଶିକାର ହୋଇଛନ୍ତି। ଲୁଟେରାମାନେ ତାଙ୍କଠାରୁ ଟଙ୍କା ଓ ମୋବାଇଲ୍‌ ଫୋନ୍ ନେଇ ଯାଇଛନ୍ତି।

Advertisment

ଲୁଟ୍‌ର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାମ ମେହରବାନ ସାହା। ସେ ନିଆଳି ଅଞ୍ଚଳର ବାସିନ୍ଦା। ସେ ମଟନ୍ ବିକିବା ପାଇଁ ଗୋପାଳପୁର ଆସନ୍ତି।

ଆଜି ମଧ୍ୟାହ୍ନରେ ଦୁଇ ଜଣ ବ୍ୟକ୍ତି ତାଙ୍କ ପାଖକୁ ମଟନ ନେବାକୁ ଆସିଥିଲେ। ସେମାନେ ବାଇକ୍‌ରେ ଆସିଥିଲେ। ସେତେବେଳେ ତାଙ୍କ ଦୋକାନରେ ଆଉ ଜଣେ ଗ୍ରାହକ ମଧ୍ୟ ଥିଲେ। ଦୁର୍ବୃତ୍ତ ଦ୍ୱୟ ମଟନ ନେବେ ବୋଲି କହିଥିଲେ। ତା’ପରେ ହଠାତ୍ ସେମାନେ ମେହରବାନ ଓ ପୂର୍ବରୁ ଛିଡ଼ା ହୋଇଥିବା ଗ୍ରାହକଙ୍କ ଉପରକୁ କିଛି ସ୍ପ୍ରେ କରିଥିଲେ। ଫଳରେ ମେହରବାନ ଓ ଉକ୍ତ ବ୍ୟକ୍ତି ଜଣଙ୍କ ଅଚେତ ହୋଇଯାଇଥିଲେ। ଏହା ପରେ ଦୁର୍ବୃତ୍ତ ଦ୍ୱୟ ମେହରବାନଙ୍କ ପାଖରେ ଥିବା ସମସ୍ତ ଟଙ୍କା ଓ ମୋବାଇଲ ଫୋନ୍ ନେଇ ଫେରାର ହୋଇଯାଇଥିଲେ।

Advertisment

ପୁଲିସ ପହଞ୍ଚି ମେହରବାନ ଓ ଅନ୍ୟ ବ୍ୟକ୍ତି ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି। ପୁଲିସ୍ କହିଛି ଯେହେତୁ ସେମାନେ ଏବେ ଅସୁସ୍ଥ ଅଛନ୍ତି, ତେଣୁ ପରେ ସେମାନଙ୍କୁ ପଚରାଉଚରା କରାଯିବ।

Loot Lootera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe