Advertisment

ବିଚ୍‌ ରାସ୍ତାରେ ମଟନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ଆସିଲା ଭିଡିଓ

ଭିଡିଓରେ ହତ୍ୟାକାଣ୍ତର ପୂରା ଦୃଶ୍ୟ ରହିଛି। ହେଲେ ଗୁଳି ଚଳାଇଥିବା ଦୁଇ ଯୁବକଙ୍କ ପରିଚୟ ଓ ହତ୍ୟା ପଛର କାରଣ ଏଯାଏ ପୁଲିସ୍‌ ଜାଣିପାରି ନାହିଁ।

Mutton

Mutton

Advertisment

ବିଚ୍‌ ରାସ୍ତାରେ ଚାଲିଛି ଗୁଳି। ସ୍ପଷ୍ଟ ଦିବାଲୋକରେ ଜଣେ ମଟନ ବ୍ୟବସାୟୀଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଛନ୍ତି ଦୁଇ ଜଣ ଦୁର୍ବୃତ୍ତ। ବ୍ୟବସାୟୀ ଜଣଙ୍କ ଚାଲିଚାଲି ଦୋକାନକୁ ଯାଉଥିବାରେ ବାଇକରେ ଥିବା ଦୁଇ ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିଲେ। ମୁଣ୍ଡରେ ଗୁଳିମାଡ଼ ହେବା ଯୋଗୁ ଘଟଣା ସ୍ଥଳରେ ହିଁ ବ୍ୟବସାୟୀ ଜଣଙ୍କ ପ୍ରାଣ ହରାଇଛନ୍ତି।

Advertisment

ବିହାରର ମୁଜାଫରପୁର ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ହତ୍ୟାକାଣ୍ତର ପୂରା ଦୃଶ୍ୟ ରହିଛି। ହେଲେ ଗୁଳି ଚଳାଇଥିବା ଦୁଇ ଯୁବକଙ୍କ ପରିଚୟ ଓ ହତ୍ୟା ପଛର କାରଣ ଏଯାଏ ପୁଲିସ୍‌ ଜାଣିପାରି ନାହିଁ।

ପ୍ରାଣ ହରାଇଥିବା ମଟନ ବ୍ୟବସାୟୀ ଜଣଙ୍କ ହେଲେ ଅଫରୋଜ ଖତ୍ରୀ। ରାମବାଗ ଚୌକରେ ତାଙ୍କର ଗୋଟିଏ ମଟନ ଦୋକାନ ରହିଥିଲା। ବୁଧବାର ସେ ଘରୁ ଚାଲି ଚାଲି ତାଙ୍କ ମଟନ ଦୋକାନକୁ ଯାଉଥିଲେ।

Advertisment

ଏତିକି ବେଳେ ତାଙ୍କ ପଛରୁ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ। ଏହାପରେ ଅତି ନିକଟରୁ ବାଇକର ପଛରେ ବସିଥିବା ଯୁବକ ଜଣଙ୍କ ତାଙ୍କ ମୁଣ୍ଡକୁ ଗୁଳି ଚଳାଇଥିଲେ। ଘଟଣା ସ୍ଥଳରେ ହିଁ ଖତ୍ରୀ ଟଳି ପଡ଼ିଥିଲେ।

ହତ୍ୟାକାଣ୍ଡ ପଛର ପ୍ରକୃତ କାରଣ ଜଣାପଡ଼ିନି। ସେହିପରି ଅଭିଯୁକ୍ତଙ୍କୁ ପୁଲିସ୍‌ ଚିହ୍ନଟ କରିପାରି ନାହିଁ। ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା।

ଲୋକମାନେ ଖତ୍ରୀଙ୍କ ମୃତଦେହ ରାସ୍ତା ଉପରେ ରଖି ବିକ୍ଷୋଭ କରିଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏହାପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ପୁଲିସ୍‌ କହିଛି ଯେ ବୁଧବାର ସକାଳ ୭ଟାରେ ଆମକୁ ଗୁଳି ମାଡ଼ ସମ୍ପର୍କରେ ସୂଚନା ମିଳିଥିଲା। ଖବର ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳକୁ ପୀଡ଼ିତଙ୍କ ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ମୁଣ୍ଡରେ ଗୁଳିମାଡ଼ର ଚିହ୍ନ ରହିଥିଲା।

ହତ୍ୟାକାରୀମାନେ ବାଇକରେ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣା ପରେ ବିକ୍ଷୋଭ ହୋଇଥିଲା। କିନ୍ତୁ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଏବେ ଘଟଣାର ତଦନ୍ତ ଚାଲିଥିବା ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି।

Bihar Shot Dead
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe