Advertisment

ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହ ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

author-image
Debibandita Barick
UP Police

UP Police

ଉତ୍ତର ପ୍ରଦେଶ କାନପୁରର ଗୁଜୈନି ଜାତୀୟ ରାଜପଥ ନିକଟରୁ ଏକ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। କେହି ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ମୃତଦେହ ରାସ୍ତାକଡ଼କୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ମହିଳାଙ୍କ ପରିଚୟ ମିଳିପାରି ନାହିଁ କି ଅଭିଯୁକ୍ତଙ୍କୁ ଠାବ କରାଯାଇ ନାହିଁ।

Advertisment

ସୂଚନା ଅନୁସାରେ, ଗତକାଲି ସକାଳ ୬.୧୫ରେ ପ୍ରଥମେ ମୃତଦେହ ଦେଖିବାକୁ ମିଳିଥିଲା। ଏନେଇ ପୁଲିସକୁ ଖବର ଦିଆଯିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ମହିଳାଙ୍କ ମୁଣ୍ଡ କଟା ଯାଇଥିବାରୁ ଶରୀରକୁ ଚିହ୍ନଟ କରାଯାଇ ପାରୁନାହିଁ। ପୁଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଆଧାର କରି ତନାଘନା ଆରମ୍ଭ କରୁଛି।  

ରାଜପଥର ଅପର ପାର୍ଶ୍ୱରେ ଥିବା ଏକ ହସ୍ପିଟାଲ ସିସିଟିଭି କ୍ୟାମେରାରେ ଜଣେ ମହିଳାଙ୍କୁ ଯିବାର ଦେଖିବାକୁ ମିଳୁଛି, ଯାହାଙ୍କ ଶରୀର ମୃତଦେହ ସହ ସାମଞ୍ଜସ୍ୟ ରହିଛି। କିନ୍ତୁ ପ୍ରକୃତରେ ମୃତଦେହ କାହାର ତାହା ସ୍ପଷ୍ଟ ହୋଇନାହିଁ।  

Advertisment

ସେପଟେ ପୁଲିସ କହିଛି ଯେ, ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ଏକ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ମୃତଦେହର ଦାନ୍ତ ଏବଂ ହାଡ଼ ନମୁନା ସଂଗ୍ରହ କରି ତଦନ୍ତ କରୁଛି। ଜିଲ୍ଲାରେ ମଧ୍ୟ କୌଣସି ନିଖୋଜ ମାମଲା ରୁଜୁ ହୋଇ ନାହିଁ। ତେଣୁ ମୃତ ମହିଳା ସ୍ଥାନୀୟ ଅଞ୍ଚଳର ନା ଅନ୍ୟ କେଉଁଠାର ତାହା ସ୍ପଷ୍ଟ ହୋଇ ପାରୁନାହିଁ। 

ସେପଟେ ସାଂସଦ ତଥା ଉତ୍ତର ପ୍ରଦେଶ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଘଟଣାକୁ ଆଶ୍ଚର୍ଯ୍ୟଜନକ କହିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସରକାର ରାଜନୀତିରୁ ଊର୍ଦ୍ଧ୍ୱରୁ ଉଠି ଘଟଣାର ପୁଙ୍ଖାନୁପୁଙ୍ଖ ନିର୍ଦ୍ଦେଶ ଦେବେ ବୋଲି ଆଶା କରୁଛି ବୋଲି କହିଛନ୍ତି। ସେ କହିଛନ୍ତି, ଦୋଶୀକୁ ଏପରି ଦଣ୍ଡ ଦିଆଯାଉ, ଯାହା ଫଳରେ ଅନ୍ୟ ଅପରାଧୀମାନେ ଅପରାଧ କରିବାକୁ ଭୟଭୀତ ହେବେ। 

Murder Crime UP Police