Advertisment

୨୧ରେ ପୁଣି ଥରେ କୋର୍ଟରେ ହାଜର ହେବ ଗୋପାଳ

ଅପରପକ୍ଷେ ପୂର୍ବରୁ ମାମଲା ଲଢ଼ୁଥିବା ନରେଶ ନାୟକ ଆଜି କୋର୍ଟରେ ନିଜର ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ଏସବୁ ଭିତରେ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ପୁଣି ଉଠିଛି ପ୍ରଶ୍ନ।

author-image
Manoranjan Sial
undefined

Naba Das and accused Gopal Das

ଆସନ୍ତା ୨୧ ତାରିଖରେ ପୁଣି ଥରେ ଝାରସୁଗୁଡ଼ା ADJ କୋର୍ଟରେ ହାଜର ହେବ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ। ଏନେଇ ସୂଚନା ଦେଇଛନ୍ତି ଗୋପାଳର ନୂଆ ଓକିଲ ମହେଶ ଜେନା ଓ ସୁନୀଲ ସ୍ୱାଇଁ। ସେପଟେ ନବ ହତ୍ୟା ମାମଲାରେ ଆଜି ଝାରସୁଗୁଡ଼ା ADJ କୋର୍ଟରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ଭିତରେ ଚୌଦ୍ୱାର ଜେଲରୁ ତାକୁ ନିଆଯାଇ ଝାରସୁଗୁଡ଼ା କୋର୍ଟରେ ହାଜର କରାଯାଇଥିଲା।

Advertisment

ଅପରପକ୍ଷେ ପୂର୍ବରୁ ମାମଲା ଲଢ଼ୁଥିବା ନରେଶ ନାୟକ ଆଜି କୋର୍ଟରେ ନିଜର ଡିସଚାର୍ଜ ପିଟିସନ ଦାଖଲ କରିଥିଲେ। ଏସବୁ ଭିତରେ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ନେଇ ପୁଣି ଉଠିଛି ପ୍ରଶ୍ନ। ଦାଖଲ ଚାର୍ଜସିଟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଥିବା କହିଛନ୍ତି ବରିଷ୍ଠ ଆଇନଜୀବୀ ସତ୍ୟ ବହିଦାର। ମୃତ ନବ ଦାସଙ୍କୁ କ୍ରାଇମବ୍ରାଞ୍ଚ ପ୍ରଥମ ସାକ୍ଷୀ ଭାବେ ଦର୍ଶାଇଛି। ମୃତ୍ୟୁ ପୂର୍ବରୁ ଆହତ ସମୟରେ ପୁଲିସ କୌଣସି ମୃତ୍ୟୁକାଳୀନ ଜମାନବନ୍ଦୀ ନେଇନଥିବା ବେଳେ ମୃତକ ନବ ଦାସଙ୍କୁ କେମିତି ସାକ୍ଷୀ କରାଇଛି ବୋଲି ଯୁକ୍ତି ବାଢିଛନ୍ତି ବରିଷ୍ଠ ଆଇନଜୀବୀ ସତ୍ୟ ବହିଦାର। ତା’ସହ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ସେ ପ୍ରଶ୍ନ ଉଠାଇ କହିଛନ୍ତି, କ୍ରାଇମବ୍ରାଞ୍ଚ କାହାକୁ ବଞ୍ଚାଇବାକୁ ଚାହୁଁଛି ?

ତେବେ ସତ୍ୟ ବହିଦାରଙ୍କ ଅଭିଯୋଗ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
BjD Naba Das Naba Das Murder