Advertisment

ନବ ଦାସ ହତ୍ୟା ମାମଲା: ଓପିଡି ଟିକେଟ ନେଇ ବଢ଼ିଲା ସନ୍ଦେହ

ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Naba Das

Naba Das

ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ନବ କିଶୋର ଦାସ ହତ୍ୟା ମାମଲାରେ କ୍ରାଇବବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନବଙ୍କୁ ଗୁଳିମାଡ଼ ପରେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ବେଳର ଓପିଡି ଟିକେଟ୍ ହସ୍ତଗତ ହୋଇଛି।

Advertisment

ନବଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲକୁ ନେବାପରେ ସେଠାରେ କ’ଣ ସବୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା? କ’ଣ ସବୁ ପରୀକ୍ଷା କରାଯାଇଥିଲା? ତାଙ୍କର ହାର୍ଟବିଟ୍‌ କେତେ ଥିଲା, ଅକ୍ସିଜେନ୍‌ ଲେବୁଲ କ’ଣ ଥିଲା ଏସବୁ କିଛି ବି ଓପିଡି ଟିକେଟ୍‌ରେ ଉଲ୍ଲେଖ କରାଯାଇନାହିଁ। କେବଳ ଗୁଳିମାଡ଼ରେ ଆହତ ହୋଇ ଭର୍ତ୍ତି ହୋଇଥିବା କଥା ଉଲ୍ଲେଖ ହୋଇଛି। ଏହାପରେ ତାଙ୍କୁ ଅଧିକ ଚିକିତ୍ସା ଲାଗି ଉନ୍ନତ ବ୍ୟବସ୍ଥା ଥିବା ହସ୍ପିଟାଲକୁ ସ୍ଥାନାନ୍ତର ପାଇଁ ରେଫର କରାଯାଇଛି। ଯାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜିଲ୍ଲା ହସପିଟାଲରେ ନବଙ୍କର ଚିକିତ୍ସା କରାଯାଇଥିଲା ନା ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା ଓପିଡି ଟିକେଟ ସାମ୍ନାକୁ ଆସିବା ପରେ ସାଧାରଣ ଜନତାଙ୍କ ମଧ୍ୟର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

OPD Report                               ଓପିଡି ରିପୋର୍ଟ

ନବ ଦାସଙ୍କୁ ଝାରସୁଗୁଡ଼ାରୁ ଯେଉଁ ଅବସ୍ଥାରେ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା। ଏସବୁର ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ବିରୋଧୀ ଅଭିଯୋଗ କରି ଆସୁଛନ୍ତି ଯେ, ତାଙ୍କର ଝାରସୁଗୁଡ଼ାରେ ହିଁ ମୃତ୍ୟୁ ହୋଇଥିଲା। କେବଳ ନବଙ୍କ ମୃତଦେହକୁ ଏଠାକୁ ଅଣାଯାଇଥିଲା। ଏବେ ଓପିଡି ଟିକେଟ୍ ଆସିବା ପରେ ବିରୋଧୀଙ୍କ ସନ୍ଦେହ ଆହୁରି ଦୃଢୀଭୂତ ହୋଇଛି।

Advertisment

ଏନେଇ ଝାରସୁଗୁଡ଼ା CDMO ଡାକ୍ତର ଦୋଳମଣି ପଟେଲ କହିଛନ୍ତି, ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା। ଯେହେତୁ ସାର୍‌ଙ୍କ ଅବସ୍ଥା ସଂକଟାପନ୍ନ ଥିଲା ସଙ୍ଗେ ସଙ୍ଗେ ଫାଷ୍ଟ ଏଡ୍‌ ଚିକିତ୍ସା କରି ରେଫର କରାଯାଇଥିଲା। ସେଥିପାଇଁ ଲେଖିଯାଇ ପାରିଲା ନାହିଁ।ରେଫରାଲ୍‌ କାର୍ଡରେ ଡିଟେଲ୍‌ ଲେଖାଯାଇ ପଠାଯାଇଥିଲା।

ସୂଚନାଯୋଗ୍ୟ, ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ନବଙ୍କ ବାମ ଛାତିରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱରର ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନବଙ୍କର ମୃତ୍ୟୁ ଘଟିଥିଲା।

Naba Das Jharsuguda Naba Das Murder