Advertisment

ଲିଭିନି ଅଳତା, ଜଳିଲା ଜୁଇ; ଶାଶୁ ଘର ଲୋକେ ଫେରାର

ଗୀତାଙ୍କ ବାପ ଘର ଲୋକେ ଦେଇଥିବା ଯୌତୁକରେ ସନ୍ତୁଷ୍ଟ ନଥିଲେ ସୁଦାମଙ୍କ ପରିବାର ଲୋକେ। ଆହୁରି ଯୌତୁକ ଆଣିବାକୁ କହୁଥିଲେ। ମାତ୍ର ଏଥିରେ ରାଜି ନଥିବାରୁ ଦିଆଯାଇଥିଲା ଶାରୀରିକ ଓ ମାନସିକ ନିର୍ଯାନା। ଏନେଇ ଗୀତା ବାପ ଘର ଲୋକଙ୍କୁ ଅବଗତ କରାଇଥିଲେ।

Gita

Gita

Advertisment

ସାତ ଜନମର ସାଥୀ ହେବା ପାଇଁ କେତେ ଆଶା ନେଇ ଆସିଥିଲେ ଗୀତା! ହେଲେ ସାତ ଜନମ କଣ, ଏଇ ଜନ୍ମରେ ସାଥ୍‌ ଦେଇପାରିଲାନି ଜୀବନ ସାଥୀ। ଯୌତୁକ ପାଇଁ ପତ୍ନୀକୁ ମାରିଦେଲା! ଅଳତା ଲିଭିବା ଆଗରୁ ଗାଁ ଶ୍ମଶାନରେ ଜଳିଲା ଜୁଇ! ମାମଲା ଥାନାକୁ ଗଲା ପରେ ଶାଶୁ ଘର ଲୋକେ ଫେରାର। ଏପରି ଲୋମଟାଙ୍କୁରା ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଅଞ୍ଚଳରେ ଘଟିଛି।

Advertisment

ପାପଡାହାଣ୍ଡି ବ୍ଲକ୍‌ ସଦରମୁହକୁମା ସ୍ଥିତ ଭିମା ସାହିର ସୁଦାମ ସେଠୀ ପେଶାରେ ଜଣେ ଶିକ୍ଷକ। ସେ ଏବେ ସିଆର୍‌ସିସି ଭାବେ କାର୍ଯ୍ୟ କରୁଛନ୍ତି। ୭ ମାସ ତଳେ ସେ ମାଲକାନଗିରି ଜିଲ୍ଲା ସଦର ମୁହକୁମା କେନାଲ କଲୋନୀର ଗୀତା ସେଠୀଙ୍କୁ ବିବାହ କରିଥିଲେ। ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ଦାବି ମୁତାବକ ଯୌତୁକ ମଧ୍ୟ ଦିଆଯାଇଥିଲା। ବିବାହ ପରେ ଶାଶୁ ଘରକୁ ଆସିଥିଲେ ଗୀତା। ସାଂସଦ ଗଢ଼ିବାକୁ ଆରମ୍ଭ କରିଥିଲେ।

ଗୀତାଙ୍କ ବାପ ଘର ଲୋକେ ଦେଇଥିବା ଯୌତୁକରେ ସନ୍ତୁଷ୍ଟ ନଥିଲେ ସୁଦାମଙ୍କ ପରିବାର ଲୋକେ। ଆହୁରି ଯୌତୁକ ଆଣିବାକୁ କହୁଥିଲେ। ମାତ୍ର ଏଥିରେ ରାଜି ନଥିବାରୁ ଦିଆଯାଇଥିଲା ଶାରୀରିକ ଓ ମାନସିକ ନିର୍ଯାନା। ଏନେଇ ଗୀତା ବାପ ଘର ଲୋକଙ୍କୁ ଅବଗତ କରାଇଥିଲେ। ଶୁକ୍ରବାର ସକାଳ ପ୍ରାୟ ୧୦ଟା ବେଳେ ଗୀତା ନିଜ ଭଉଣୀ ମାନସୀ ସେଠୀଙ୍କ ପାଖକୁ ଫୋନ୍‌ କରିଥିଲେ। ସ୍ୱାମୀ, ନଣନ୍ଦ, ଶାଶୁ ଓ ଭଣଜା ମିଶି ମାଡ଼ ମାରିଥିବା ଗୀତା କହିଥିଲେ। ତା’ର କିଛି ସମୟ ପରେ ସ୍ୱାମୀ ସୁଦାମ ଫୋନ କରି ଗୀତା ରଶି ଲଗାଇ ଆତ୍ମହତ୍ୟା କରିଥିବା କହିଥିଲେ।

Advertisment

ଜ୍ୱାଇଁଙ୍କଠାରୁ ଏକରି ଦୁଃଖଦ କଥା ଶୁଣିବା ପରେ ପରିବାର ଲୋକଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଝିଅ ଘାରକୁ ଧାଇଁ ଯାଇଥିଲେ। ଝିଅର ମୃତଦେହ ଦେଖି କୋହକୁ ସମ୍ଭାଳି ପାରିନଥିଲେ। ପରେ ଏନେଇ ପାପଡ଼ାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଶାଶୁଘର ଲୋକେ ନିର୍ଯାତନା ଦେଇ ମାରିଦେଇଥିବା ଗୀତାଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତଚଳାଇଛି। ମାମଲା ଥାନାକୁ ଯାଇଥିବା ଜାଣିପାରି ସୁଦାମ ଓ ତାଙ୍କ ପରିବାର ଲୋକେ ଫେରାର ହୋଇଯାଇଛନ୍ତି।

ରିପୋର୍ଟ- ନବରଙ୍ଗପୁରରୁ ନବଘନ ବିଷୋୟୀ

Crime Nabarangpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe