Advertisment

ନାସିରା ଖାତୁନ ଓ ଅବିଦା ଖାତୁନଙ୍କୁ ଜେରା କରିବ ନାର୍କୋଟିକ୍ସ ବିଭାଗ

ଗତ ୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ୯ କେଜି ମାରିଜୁଆନା ଜବତ ହୋଇଥିଲା। ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍‌ ଓ ଅବିଦା ଖାତୁନ୍‌ଙ୍କୁ ଦୁଇଟି ଟ୍ରଲି ବ୍ୟାଙ୍ଗରେ ମାରିଜୁନା ଧରି ଆସୁଥିବା ଅଭିଯୋଗ ହୋଇଥିଲା।

Crime

Crime

Advertisment

ମାରିଜୁଆନା କାରବାର ପଛରେ ସୁନ୍ଦରୀ ମହିଳା। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହୋଇଥିବା ୧୦ କୋଟିରୁ ଅଧିକ ଟଙ୍କାର ମାରିଜୁଆନା ଜବତ ମାମଲାରେ କଷ୍ଟମ୍‌ ବିଭାଗକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏହି ଚୋରା ଚାଲାଣ ପଛରେ ଏକ ବଡ଼ ଅନ୍ତର୍ଜାତୀୟ ଗ୍ୟାଙ୍ଗ କାମ କରୁଛି ବୋଲି ପ୍ରାଥମିକ ସୂଚନା ମିଳିଛି। ଏହି ନିଶା ଜର୍ମାନୀରୁ ପ୍ରୋସେସିଂ ହୋଇ ମାଲେସିଆ ଦେଇ ଭାରତକୁ ଆସୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍‌ ଓ ଅବିଦା ଖାତୁନ୍‌ଙ୍କୁ ନାର୍କୋଟିକ୍ସ ବିଭାଗର ଅଧିକାରୀମାନେ ଜେରା କରିବେ ବୋଲି ଜଣାପଡ଼ିଛି।

Advertisment

ଗତ ୫ ତାରିଖରେ ଭୁବନେଶ୍ୱର ବିମାନ ବନ୍ଦରରୁ ୯ କେଜି ମାରିଜୁଆନା ଜବତ ହୋଇଥିଲା। ପଶ୍ଚିମବଙ୍ଗର ୨ ମହିଳା ନାସିରା ଖାତୁନ୍‌ ଓ ଅବିଦା ଖାତୁନ୍‌ଙ୍କୁ ଦୁଇଟି ଟ୍ରଲି ବ୍ୟାଙ୍ଗରେ ମାରିଜୁନା ଧରି ଆସୁଥିବା ଅଭିଯୋଗ ହୋଇଥିଲା। ଅବିଦା ଖାତୁନ୍‌ଙ୍କ ବ୍ୟାଗରୁ ୪.୦୧ କେଜିର କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ଓ ନାସିରା ଖାତୁନ୍‌ ୫.୫୮ କେଜିର କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ଜବତ କରିଥିଲା କଷ୍ଟମ ବିଭାଗ। ଯାହାର ଅନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ଟଙ୍କା ହେବ। ଜବତ ହୋଇଥିବା କଣ୍ଟ୍ରାବ୍ରାଣ୍ଡ ମେରିଜୁଆନା ପଶ୍ଚିମବଙ୍ଗ ଚାଲାଣ ହୋଇଥାଆନ୍ତା। ୬ ତାରିଖରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା।

ଅନ୍ୟପକ୍ଷରେ ଗିରଫ ଦୁଇ ମହିଳାଙ୍କ ଓକିଲ ଶୁଭ୍ରଜିତ ମହାନ୍ତିଙ୍କ କହିଛନ୍ତି, ମାରିଜୁଆନା ଜବତ ୨ ଲଗେଜ ବ୍ୟାଗ ଉକ୍ତ ମହିଳାଙ୍କର ବୋଲି ପ୍ରମାଣ ମିଳିନାହିଁ। ସିଡ଼ି ଦାଖଲ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ସେ କହିଛନ୍ତି।

Advertisment
Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe