Advertisment

ଆକ୍ରମଣ ପୂର୍ବରୁ ନକ୍ସଲ କ୍ୟାମ୍ପରେ ଚଢ଼ଉ କଲେ ଯବାନ

ମାଓ ପୋଷ୍ଟର ମିଳିଛି। ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ୩ ନକ୍ସଲଙ୍କ ମୃତ୍ୟୁର ବଦଲା ନେବାପାଇଁ ଆହ୍ୱାନ ଦିଆଯାଇଛି।

ଅଦ୍ୟତନ ହୋଇଛି
Naxal

Naxal

Advertisment

ଘଞ୍ଚ ଜଙ୍ଗଲରେ ଚାଲିଥିଲା ନକ୍ସଲ କ୍ୟାମ୍ପ। ଆକ୍ରମଣ ପାଇଁ କରାଯାଉଥିଲା ଯୋଜନା। କୌଣସି ସୂତ୍ରରୁ ଖବର ପାଇ ଯବାନମାନେ ଘଞ୍ଚ ଜଙ୍ଗଲରେ ଚଢ଼ଉ କରିଥିଲେ। ଯବାନଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରୁ ବହୁ ପରିମାଣର ମାରସ୍ତ୍ର ମିଳିଛି। କଳାହାଣ୍ଡି ଜିଲ୍ଲାରୁ ଆସିଛି ଏପରି ଖବର।

Advertisment

ସଦର ଥାନା ମନସ୍କା ଗାଁ ନିକଟରେ ଥିବା ଗୁଣ୍ଡୁରୀ ସଂରକ୍ଷିତ ଜଙ୍ଗଲ ଓ ଯୁଗସାଇପାଟଣାରେ BGN ନକ୍ସଲ ସଙ୍ଗଠନର ଗତିବିଧି ଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏସ୍‌ପି ଅଭିଳାଷ ଜି’ଙ୍କ ନିର୍ଦ୍ଦେଶରେ ଗତ ୧୪ ତାରିଖ ଯବାନମାନେ କମ୍ୱିଂ ଅପରେସନ୍‌ରେ ଯାଇଥିଲେ। ଯବାନମାନଙ୍କୁ ଦେଖି ନକ୍ସଲମାନେ ପଳାଇ ଯାଇଥିଲେ। ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରୁ ବହୁ ବିସ୍ଫୋରକ ସାମଗ୍ରୀ ଜବତ କରିଛି।

ଜଙ୍ଗଲରୁ ୫୮ ରାଉଣ୍ଡ ଗୁଳି, ୨ ହଳ ନକ୍ସଲ ୟୁନିଫର୍ମ, ୧୦ ଡେଟୋନେଟର, ହେଣ୍ଡ ଗ୍ରେନେଡ୍‌, ୫୦୦ ଗ୍ରାମ ଗନ ପାଉଡର, ଜେଲେଟିନ ଷ୍ଟିକ, ଇଲେକ୍ଟ୍ରି ତାର, କୁରାଢ଼ି, ନକ୍ସଲ ବେଲ୍‌ଟ, ବ୍ୟାଗ, ସୋଲଡିଂ ଆଇରନ୍‌, ପଲିଥିନ ସିଟ, ଚପଲ, ଜୋତା ଆଦି ମିଳିଥିଲା। ଏଥିସହ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି। ଯେଉଁଥିରେ ଟାପରଙ୍ଗ ଜଙ୍ଗଲରେ ପୁଲିସ ଗୁଳିରେ ମୃତ୍ୟୁ ବରଣ କରିଥିବା ୩ ନକ୍ସଲଙ୍କ ମୃତ୍ୟୁର ବଦଲା ନେବାପାଇଁ ଆହ୍ୱାନ ଦିଆଯାଇଛି। ପୁଲିସ୍‌ ଇନଫର୍ମରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ପୋଷ୍ଟରରେ କୁହାଯାଇଛି। 

Advertisment

ରିପୋର୍ଟ-ଭବାନୀପାଟଣାରୁ ରାଜକୁମାର ସିଂହଦେଓ

Naxal Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe