Advertisment

ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ

ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Naxal Camp

Naxal Camp

ଓଡ଼ିଶା ଛତିଶଗଡ ସୀମାରେ ଦୁଇ ରାଜ୍ୟ ପୁଲିସର ମିଳିତ କୁମ୍ବିଂ ଅପରେସନ ବେଳେ ସୁରକ୍ଷା ବାହିନୀକୁ ମିଳିଛି ସଫଳତା।  ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।

Advertisment

ଛତିଶଗଡ ଗରିଆବନ୍ଧ ଜିଲ୍ଲା ଯୁଗାଡ ଥାନା ଅମାଡ଼ ଜଙ୍ଗଲରେ ନକ୍ସଲ ଥିବା ବିଶେଷ ସୂତ୍ରରୁ ସୁରକ୍ଷାକର୍ମୀମାନେ ସୂଚନା ପାଇଥିଲେ। ପରେ ଛତିଶଗଡ଼ ପୁଲିସର ଡିଆରଜି, କୋବ୍ରା ୨୦୭ ବାଟାଲିୟନ, ସିଆରପିଏଫ ୨୧୧ ଓ ୬୫ ବାଟାଲିୟନ ସହ ଓଡ଼ିଶାର ନୂଆପଡା ଓ ନବରଙ୍ଗପୁର ପୁଲିସର ଏସଓଜିର ଏକ ମିଳିତ ବାହିନୀ କୁମ୍ବିଂ ଅପରେସନ କରିଥିଲେ। ପରେ ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ କରିଥିଲେ।

ଗତକାଲି ଛତିଶଗଡ଼ରୁ ନଦୀ ପାରି ହୋଇ ଓଡ଼ିଶା ସୀମାକୁ ପଶୁଥିବା ବେଳେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ମାଲକାନଗିରି ଏମ୍ ଭି-୭୯ ଜିନେଲଗୁଡ଼ା ନିକଟରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ନକ୍ସଲ ମୃତ୍ୟୁ ହୋଇଥିବା ବେଳେ ଜଣେ ଡିଭିଏଫ୍ କମାଣ୍ଡୋ ଆହତ ହୋଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ନକ୍ସଲ ସାମଗ୍ରୀ ଜବତ କରାଯାଇଥିଲା। ପରେ  ନକ୍ସଲମାନେ ଛତ୍ରଭଙ୍ଗ ଦେଇ କ୍ୟାମ୍ପ ଛାଡି ପଳାଇଥିଲେ।

Advertisment
Malkangiri Naxal