Advertisment

ଶିକ୍ଷା ଦୂତଙ୍କୁ ମାରିଦେଲେ ନକ୍ସଲ

ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ।

Dudhi Arjun

Dudhi Arjun

Advertisment

ଓଡ଼ିଶା ସୀମାନ୍ତରେ ନକ୍ସଲଙ୍କ ବର୍ବରତା। ଛତିଶଗଡ଼ ସୁକମାରେ ଜଣେ ଶିକ୍ଷା ଦୂତଙ୍କୁ ହତ୍ୟା କରିଛନ୍ତି ନକ୍ସଲ। ମୃତ ଶିକ୍ଷା ଦୂତଙ୍କ ନାଁ ଦୁଧି ଅର୍ଜୁନ। ତାଙ୍କୁ ନକ୍ସଲମାନେ ପିଟିପିଟି ହତ୍ୟା କରିଛନ୍ତି।  

Advertisment

ସ୍ଥାନୀୟ ଶିକ୍ଷିତ ଯୁବକଙ୍କୁ ଶିକ୍ଷା ଦୂତ ନିଯୁକ୍ତ କରିଛନ୍ତି ଛଡିଶଗଡ଼ ରାଜ୍ୟ ସରକାର। ବନ୍ଦ ସ୍କୁଲ ଚାଲୁ କରିବା ଓ ପିଲାଙ୍କୁ ବୁଝାସୁଝା କରି ସ୍କୁଲ ଆଣିଥା’ନ୍ତି ଶିକ୍ଷା ଦୂତ। ସୁକମାରେ ନକ୍ସଲଙ୍କ ଭୟରେ ବନ୍ଦ ଥିବା ସ୍କୁଲ ଖୋଲିଥିଲେ ଦୁଧି ଅର୍ଜୁନ। ଏହାକୁ ବିରୋଧ କରୁଥିଲେ ନକ୍ସଲ। ପୂର୍ବରୁ ସେମାନେ ଦୁଧି ଅର୍ଜନଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ସୁକମା ଏସପି କହିଛନ୍ତି। ତେବେ ଏହି ଘଟଣାର ପ୍ରଭାବ ଅନ୍ୟ ଶିକ୍ଷା ଦୂତଙ୍କ ଉପର କିଭଳି ପଡ଼ିବ ଓ ସରକାର ଏ ଦିଗରେ କି ପଦକ୍ଷେପ ନେବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।

ଗତକାଲି ସୁକମା ଜିଲ୍ଲାରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଥିଲେ। ଆଉ କିଛି ଟପ୍ ନକ୍ସଲ ଅଳ୍ପକେ ବର୍ତ୍ତି ଯାଇଥିଲେ। ପୁଲିସ ଗୁଳିର ସାମ୍ନା କରି ନପାରି ସେମାନେ ଛତ୍ରଭଙ୍ଗ ଦେଇଥିଲେ। ସେଠାରେ ପ୍ରାୟ ୫୦ ନକ୍ସଲ ଥିବା ନେଇ ପୁଲିସ ପାଖରେ ସୂଚନା ଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। 

Advertisment
Naxal Attack Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe