Advertisment

ନକ୍ସଲଙ୍କ ବର୍ବରକାଣ୍ଡ; ଯୁବକଙ୍କୁ ଗୁଳି କରି କଲେ ହତ୍ୟା

ଗତକାଲି କିଛି ସଶସ୍ତ୍ର ନକ୍ସଲ ଆସି ମାଣ୍ଡବି ଓ ୨ ଯୁବକଙ୍କୁ ଗାଁରୁ ଡାକି ନେଇଥିଲେ।

author-image
Tapaswini Nayak
Naxal

Naxal

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ନକ୍ସଲଙ୍କ ବର୍ବରକାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ। ମୃତ ଯୁବକ ଜଣଙ୍କ ହେଲେ ମାଣ୍ଡବି ରାଜାରାଵ। ଏଥିସହ ୨ଜଣ ଯୁବକଙ୍କୁ ନକ୍ସଲମାନେ ନିର୍ଧୁମ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗ ହୋଇଛି। 

Advertisment

ଗତକାଲି କିଛି ସଶସ୍ତ୍ର ନକ୍ସଲ ଆସି ମାଣ୍ଡବି ଓ ୨ ଯୁବକଙ୍କୁ ଗାଁରୁ ଡାକି ନେଇଥିଲେ। ପରେ ପ୍ରଜାକୋର୍ଟ କରି ନକ୍ସଲମାନେ ମାଣ୍ଡବିଙ୍କୁ ହତ୍ୟା କରିଥିବା ବେଳେ ୨ ଯୁବକଙ୍କୁ ନିର୍ଧୂମ ମାଡ଼ ମାରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। 

Malkangiri Naxal