Advertisment

ନକ୍ସଲଙ୍କ ନିର୍ମମ କାଣ୍ଡ; ନାବାଳକଙ୍କୁ ପିଟି ପିଟି ମାରିଦେଲେ

ପୂର୍ବରୁ ନକ୍ସଲମାନେ ଇନଫର୍ମର ସନ୍ଦେହରେ ଲୋକଙ୍କୁ ଘରୁ ଉଠାଇ ନେଇ ହତ୍ୟା କରୁଥିବା ବେଳେ ଏବେ ଜଣେ ନାବାଳକଙ୍କୁ ନିଜ ଟାର୍ଗେଟ କରିଛନ୍ତି।

Naxal

Naxal

Advertisment

ନକ୍ସଲ ଘଟାଇଲେ ନିର୍ମମ କାଣ୍ଡ। ପୂର୍ବରୁ ନକ୍ସଲମାନେ ଇନଫର୍ମର ସନ୍ଦେହରେ ଲୋକଙ୍କୁ ଘରୁ ଉଠାଇ ନେଇ ହତ୍ୟା କରୁଥିବା ବେଳେ ଏବେ ଜଣେ ନାବାଳକଙ୍କୁ ନିଜ ଟାର୍ଗେଟ କରିଛନ୍ତି।

Advertisment

ଏପରି ଏକ ଚାଞ୍ଚଲ୍ୟକର ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି। ମୃତକଜଣକ ୧୬ ବର୍ଷୀୟ ଓୟାମ ଶଙ୍କର । ସେ ଦଶମ ଶ୍ରେଣୀ ଛାତ୍ର ଥିଲେ। ଓୟାମ ଶଙ୍କର ପୁଲିସ୍‌ ଇନଫର୍ମର ଭାବେ କାମ କରୁଥିବା ନେଇ ନକ୍ସଲମାନେ କିଛି ଦିନ ହେବ ସନ୍ଦେହ କରୁଥିଲେ। ସେମାନେ ତାଙ୍କ ଉପରେ ନଜର ରଖିଥିଲେ।

ଗତକାଲି ଅପରାହ୍ନ ସମୟରେ ନକ୍ସଲମାନେ ଓୟାମ ଶଙ୍କରଙ୍କୁ ଡକାଇଥିଲେ। ସେ ନକ୍ସଲଙ୍କ ନିକଟରେ ପହଞ୍ଚିବା ପରେ ସେମାନେ ତାଙ୍କୁ ପିଟି ପିଟି ମାରିଦେଇଥିଲେ। ପରିବାର ଲୋକେ ଆଜି ସକାଳେ ସୁକୁମା ଜିଲ୍ଲା ଦବାପାରା ଓ ପୁରଭି ଗାଁ ନିକଟରୁ ପୁଅର ମୃତଦେହ ଉଦ୍ଧାର କରିଛନ୍ତି। ଓୟାମ ଶରୀରରେ ବହୁ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି।

Advertisment

ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ବେଶ୍‌ ଭୟଭୀତ ହୋଇ ପଡ଼ିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

Malkangiri Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe