/odisha-reporter/media/post_attachments/uploads/2016/02/naxal.jpg)
naxal
ରାୟଗଡ଼ା: ନକ୍ସଲ ବୋଲି ପରିଚୟ ଦେଇ ଲୋକଙ୍କୁ ପାଖରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ରାୟଗଡ଼ା ପୋଲିସ୍ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକର ନାଁ କୈଳାସ ଚନ୍ଦ୍ର ମହାନ୍ତି। କୈଳାସର ଘର ରାୟଗଡ଼ା ସହରର ଗୌତମ ନଗରରେ ବୋଲି ଜଣାପଡ଼ିଛି। ଗିରଫ କୈଳାସ ନିଜକୁ ମାଓବାଦୀ କହି ଫୋନ୍ ଯୋଗେ କେତେକ ଲୋକଙ୍କ ପାଖରୁ ଟଙ୍କା ମାଗୁଥିଲା। ସେମାନେ ପୋଲିସରେ ଖବର ଦେବା ପରେ ରାୟଗଡ଼ା ପୋଲିସ୍ ଫୋନ୍ କଲ ଯାଞ୍ଚ କରି କୈଳାସକୁ ଗିରଫ କରିଛି।
Advertisment
ରାୟଗଡ଼ା ଏସଡିପିଓ ଜଗନ୍ନାଥ ରାଓ କହିଛନ୍ତି, “ଗତ ଏକମାସ ହେବ କୈଳାସ ମହାନ୍ତି ତା’ର ମୋବାଇଲରୁ ନିଜକୁ ମାଓବାଦୀ ଲିଡର କହି ଧନୀ ଲୋକମାନଙ୍କ ଠାରୁ ପଇସା ଆଦାୟ କରୁଥିଲା। ଲୋକମାନେ କୈଳାସ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଫୋନକଲକୁ ଯାଞ୍ଚକରି ତାକୁ ଗିରଫ କରାଯାଇଛି। ତା’ପାଖରୁ ଗୋଟିଏ ମୋବାଇଲ ଓ ସିମ୍କାର୍ଡ ଜବତ କରାଯାଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
