ଛତିଶଗଡ଼ରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ହୋଇଛି ନକ୍ସଲି ହାମଲା। ଧମତରିରେ CRPF ଓ DRG ର ଟିମ୍ ଉପରକୁ ହୋଇଛି ନକ୍ସଲି ହାମଲା। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଛି।
ଆଜି ଛତିଶଗଡ଼ରେ ନିର୍ବାଚନ ହେଉଥିବା ବେଳେ ଗତକାଲି ନକ୍ସଲମାନେ ଏହାକୁ ବହିଷ୍କାର କରି ବ୍ୟାନର-ପୋଷ୍ଟର ଲଗାଇଥିଲେ। ତେଣୁ କୌଣସି ହିଂସାତ୍ମକ ଘଟଣା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବହୁ ସଂଖ୍ୟାରେ ସୁରକ୍ଷା କର୍ମୀ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି।
Also Read
ଏପରି ସ୍ଥିତିରେ CRPF ଓ DRG ଟିମ୍ ଧମତରିରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଥିବା ବେଳେ ସେମାନଙ୍କ ଉପରକୁ ନକ୍ସଲମାନେ IED ବ୍ଲାଷ୍ଟ କରିଥିଲେ। ଉକ୍ତ ସମୟରେ ବାଇକ୍ରେ ଯାଉଥିବା ୨ ସିଆରଫିଏଫ ଯବାନ ଏହି ଆକ୍ରମଣରୁ ବର୍ତ୍ତି ଯାଇଛନ୍ତି। ଏହି ବ୍ଲାଷ୍ଟିଂ ଯୋଗୁ କେହି ମୃତାହତ ହୋଇ ନାହାନ୍ତି। ମାତ୍ର ଏହା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ଓଡ଼ିଶାରେ ଅନଲାଇନ୍ ଗେମ: ୩ ବର୍ଷରେ ୮ରୁ ଅଧିକ ଆତ୍ମହତ୍ୟା!
୨୦୨୩ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ ୩୫.୭ ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର ୩୩ ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ ୧୯୫୫ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
୧୫ ମିନିଟ ଛଟପଟ ହେବା ପରେ ଆଖି ବୁଜିଥିଲେ ପୂର୍ବତନ ଡିଜିପି!
ଓମ ପ୍ରକାଶ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ରୋଷେଇ ଘରେ ବ୍ୟବହାର ହେଉଥିବା ଛୁରୀକୁ ପଲ୍ଲବୀ ପ୍ରଥମେ ତାଙ୍କ ବେକରେ ଭୁଷି ଦେଇଥିଲେ।

Crime
ରାକ୍ଷସକୁ ମାରି ଦେଲି: କାହିଁକି ପୂର୍ବତନ ଡିଜିପିଙ୍କୁ ହତ୍ୟା କଲେ ପତ୍ନୀ ପଲ୍ଲବୀ?
ପୂର୍ବତନ ଡିଜିପି ଓମ ପ୍ରକାଶଙ୍କୁ ହତ୍ୟା ଘଟଣା ପୂରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି।

Crime
ଅନଲାଇନ ଗେମ୍: କିଏ କୋଟିପତି, କିଏ କାଙ୍ଗାଳ!
2023ରେ ପୃଥିବୀରେ ଅନଲାଇନ୍ ଗେମର ବଜାର ପ୍ରାୟ 35.7 ବିଲିୟନ୍ ଡଲାର ହୋଇଥିବାବେଳେ ଭାରତରେ ଏହାର ବଜାର 33 ହଜାର କୋଟି ଟଙ୍କା ରହିଥିଲା। ଓଡ଼ିଶାରେ 1955ରେ ପ୍ରଣୀତ ‘ପ୍ରିଭେନସନ୍ ଅଫ୍ ଗାମ୍ବଲିଂ ଆକ୍ଟ’ ପାଇଁ ଟଙ୍କା ଜଡ଼ିତ ଥିବା ସବୁ ପ୍ରକାର ଖେଳ ବ୍ୟାନ୍ ରହିଛି।

Crime
ଚର୍ଚ୍ଚାରେ ରାଜଧାନୀର ‘ଲେଡି ଡନ୍’
ପୁଲିସ୍ ହତ୍ୟା ଘଟଣାରେ ଜିକ୍ରା ନାମକ ଜଣେ ମହିଳାଙ୍କୁ ଗିରଫ କରିଛି। ସେ ଅଭିଯୁକ୍ତଙ୍କ ସହ ମିଶି ପୂରା ହତ୍ୟାକାଣ୍ଡର ଷଡ଼ଯନ୍ତ୍ର କରିଥିଲେ ଓ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ବୋଲି ପୁଲିସ୍ ଜାଣିବାକୁ ପାଇଛି।