Advertisment

ଜଳ ସମ୍ପଦ କର୍ମଚାରୀଙ୍କ ଗଳାକାଟି ହତ୍ୟା କଲେ ନକ୍ସଲ

ପୁଲିସ ଇନଫର୍ମ ସନ୍ଦେହରେ ନକ୍ସଲମାନେ ଇକବାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Naxal

Naxal

Advertisment

ନକ୍ସଲଙ୍କ ବର୍ବରକାଣ୍ଡ। ଜଳ ସମ୍ପଦ ବିଭାଗର ଜଣେ କର୍ମଚାରୀଙ୍କୁ ଗଳାକାଟି ହତ୍ୟା କଲେ ନକ୍ସଲ। ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ। ମୃତକ ହେଲେ ଇକବାଲ ମିଆଁ।

Advertisment

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ଇକବାଲଙ୍କ ଆସି ଘରୁ ଡାକି ନେଇଥିଲେ। ପରେ ହତ୍ୟା କରି ଗାଁ ମୁଣ୍ଡରେ ଫିଙ୍ଗି ଦେଇଥିଲେ।  ମୃତଦେହ ନିକଟରେ ନକ୍ସଲମାନେ ଏକ ପୋଷ୍ଟର ଛାଡ଼ିଯାଇଛନ୍ତି। ଏହି ହିଂସାକାଣ୍ଡକୁ କଣ୍ଟା ଏରିଆ କମ୍ମିଟି ମାଓ ସଙ୍ଗଠନ ଘଟାଇଥିବା ନକ୍ସଲ ପୋଷ୍ଟରରେ ଉଲ୍ଲେଖ ରହିଛି।

ପୁଲିସ ଇନଫର୍ମ ସନ୍ଦେହରେ ନକ୍ସଲମାନେ ଇକବାଲଙ୍କୁ ହତ୍ୟା କରିଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି। 

Advertisment
Naxal Attack Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe