Advertisment

ନକ୍ସଲ ଖଞ୍ଜିଥିଲେ IED ବୋମା, ଅଳ୍ପକେ ବର୍ତ୍ତିଲେ ଯବାନ

ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା।

Naxal

Naxal

Advertisment

ଯବାନଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ IED ବୋମା। ହେଲେ ସର୍ଚ୍ଚ ଅପରେସନ୍‌ ବେଳେ ଅଳ୍ପକେ ବର୍ତ୍ତି ଗଲେ ଯବାନ। ଆଜି ଏପରି ଚିତ୍ର ଆସିଛି କନ୍ଧମାଳ ଜିଲ୍ଲାରୁ।

Advertisment

ନକ୍ସଲଙ୍କ ଗତିବିଧି ଥିବା ଜାଣିପାରି CRPF ଓ SOG ଯବାନ ମିଳିତ ଭାବେ ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ କୁମ୍ବିଂ ଅପେରସନ କରୁଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରୁଥିବା ବେଳେ ଦୁଇଟି IED ବୋମା ଓ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ଗୋଟିଏ ଦେଶୀ ବନ୍ଧୁକ ଓ ବହୁ ମାଓ ସାମଗ୍ରୀ ଜବତ ହୋଇଛି। ବୋମା ନିଷ୍କ୍ରିୟକାରି ଦଳ ଦୁଇଟି IED ବୋମାକୁ ନିଷ୍କ୍ରିୟ କରିଛି। ତେବେ କ୍ୟାମ୍ପରୁ ମିଳିଥିବା ସାମଗ୍ରୀକୁ ଦେଖିଲେ ଲାଗୁଛି, ସେଠାରେ ପ୍ରାୟ ୧୫ ଜଣ ନକ୍ସଲ ରହୁଥିଲେ। ଛତ୍ର ଭଙ୍ଗଦେଇଥିବା ନକ୍ସଲମାନେ KKBN ସଙ୍ଗଠନର ବୋଲି ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ହରିଶ ବି. ସି।

ରିପୋର୍ଟ- ଫୁଲବାଣୀରୁ ତ୍ରିନାଥ ସାହୁ

Phulbani
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe