Advertisment

ଧରାପଡ଼ିଲେ ୩ ଗଣ ଦୁଷ୍କର୍ମ ଅଭିଯୁକ୍ତ; ନାଁ କହିଲାନି ପୁଲିସ୍‌

ପ୍ରେମୀ ଯୁଗଳଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲା। ତା’ପରେ ସେମାନଙ୍କୁ ସେହି ଜଙ୍ଗଲ ଭିତରେ ସେମାନଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଆଉ ଗଲା ବେଳେ ଧମକ ଦେଇଯାଇଥିଲେ।

Rape Accused

Rape Accused

Advertisment

୨୪ ଘଣ୍ଟାରେ ଧରାପଡ଼ିଲେ ୩ ଗଣ ଦୁଷ୍କର୍ମ ଅଭିଯୁକ୍ତ। ନୟାଗଡ଼ ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହେଲେ ସୁରକ୍ଷା ଦୃଷ୍ଟିରୁ ଅଭିଯୁକ୍ତଙ୍କ ନାଁ କହିଲାନି ପୁଲିସ୍‌।

Advertisment

ଗତ ରବିବାର ପ୍ରେମୀ ଯୁଗଳ ଫତେଗଡ ରାମ ମନ୍ଦିର ଯାଇଥିଲେ। ପ୍ରଭୁଙ୍କୁ ଦର୍ଶନ କରି ଉଭୟ ସନ୍ଧ୍ୟା ପ୍ରାୟ ୬.୨୦ ମିନିଟ୍‌ରେ ବେଳେ ଫେରୁଥିଲେ। ତେବେ ଅଧା ରାସ୍ତାରେ ୩ ନିଶାଶକ୍ତ ଯୁବକ ଛୁରୀ ଦେଖାଇ ସେମାନଙ୍କୁ ଅଟକାଇଥିଲେ। ପରେ ସେମାନେ ଉଭୟଙ୍କୁ ପିଠାଖାଇ ଜଙ୍ଗଲ ଭିତରକୁ ଟେକି ନେଇଥିଲେ। ପ୍ରେମିକଙ୍କୁ ଗଛରେ ବାନ୍ଧି ପ୍ରବଳ ମାଡ଼ ମାରିଥିଲେ। ତାଙ୍କୁ ବିବସ୍ତ୍ର କରିଦେଇଥିଲେ। ତା’ପରେ ତାଙ୍କ ଆଗରେ ତାଙ୍କ ପ୍ରେମିକାଙ୍କୁ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ତାଙ୍କୁ ବିବସ୍ତ୍ର କରି ଦେଇଥିଲେ। ଆଉ ଗଣ ଦୁଷ୍କର୍ମ ସମୟରେ ଭିଡ଼ିଓ ରେକଡିଂ ଓ ଫଟୋ ଉଠାଇଥିଲେ।

ପ୍ରେମୀ ଯୁଗଳଙ୍କ ପାଖରେ ଥିବା ୪୮୦୦ ଟଙ୍କା ନେଇଯାଇଥିଲା। ତା’ପରେ ସେମାନଙ୍କୁ ସେହି ଜଙ୍ଗଲ ଭିତରେ ସେମାନଙ୍କୁ ଛାଡ଼ି ପଳାଇ ଯାଇଥିଲେ। ଆଉ ଗଲା ବେଳେ ଧମକ ଦେଇଯାଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବା ସହିତ ଭିଡିଓ ଭାଇରାଲ୍‌ କରିଦେବେ ବୋଲି ଧମକ ଦେଇଥିଲେ। ଲୋକ ଲଜ୍ଜା ଭୟରେ ଉଭୟ ଚୁପ୍‌ଚାପ ରହିଥିଲେ। ଏପରିକି ଥାନାରେ ଅଭିଯୋଗ କରିନଥିଲେ।

Advertisment

ପରବର୍ତ୍ତୀ ୩ ଦୁଷ୍କର୍ମକାରୀ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ୍‌ କରିଦେଇଥିଲେ। ଭିଡିଓ ଭାଇରାଲ୍‌ ହୋଇ ପୀଡ଼ିତାଙ୍କ ବନ୍ଧୁଙ୍କ ପାଖରେ ପହଞ୍ଚିଥିଲା। ପୀଡ଼ିତା ଏନେଇ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୀଡ଼ିତାଙ୍କ ବୟାନ୍‌ ଓ ଭାଇରାଲ୍‌ ହେଉଥିବା ଭିଡିଓକୁ ଯାଞ୍ଚ କରି ପୁଲିସ୍‌ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କଠାରୁ ୩ଟି ମୋବାଇଲ୍‌, ଗୋଟିଏ ଛୁରୀ ଓ ୨୦୦୦ ଟଙ୍କା ଜବତ କରିଛି ପୁଲିସ୍‌।

ନୟାଗଡ଼ ଏସ୍‌ପି ଏସ ସୁଶ୍ରୀଙ୍କ କହିବା ଅନୁସାରେ ପୀଡ଼ିତାଙ୍କ ଡାକ୍ତରୀ ମାଇନା ହୋଇଛି। ପୀଡ଼ିତାଙ୍କ ଲୁଗାପଟା ଓ ବାୟୋଲୋଜିକାଲ୍‌ ସାମ୍ପୁଲ୍‌କୁ ଫରେନ୍‌ସିକ ଲାବ୍‌କୁ ପଠାଯାଇଛି। ଏହାଛଡ଼ା ୩ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା ହୋଇଛି। ସେମାନଙ୍କର ବାୟୋଲୋଜିକାଲ୍‌ ସାମ୍ପୁଲ୍‌କୁ ଫରେନ୍‌ସିକ ଲାବ୍‌କୁ ପଠାଯିବ ବୋଲି ଏସ୍‌ପି କହିଛନ୍ତି।

ରିପୋର୍ଟ- ଖଣ୍ଡପଡ଼ାରୁ ରାକେଶ ଚନ୍ଦ୍ର ପାଢୀ

Nayagarh Gang Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe