Advertisment

କାର୍‌ରେ ସ୍ତ୍ରୀଙ୍କୁ ଛାଡ଼ି ପଳାଇଗଲେ ସ୍ୱାମୀ

ବିଚ୍‌ ରାସ୍ତାରେ ଚାଳକ ଗାଡ଼ି ବୁଲାଇ ପଳାଇଯିବା ଦେଖି ପୁଲିସ୍‌ ମନରେ ସନ୍ଦେହ ହୋଇଥିଲା। ପରେ ପୁଲିସ୍‌ ସେହି ଅଲ୍‌ଟୋ କାର୍‌କୁ ପିଛା କରିଥିଲା। କିଛି ସମୟ ଧରି ଚାଲିଲା ଗୋଡ଼ା ଗୋଡ଼ି। ଶେଷରେ ନିହାର ରଞ୍ଜନ ପତ୍ନୀ ଜୟସ୍ମିତାଙ୍କୁ କାରରେ ଛାଡ଼ି ଚମ୍ପଟ ମାରିଥିଲେ।

Nayagarh

Nayagarh

Advertisment

ସ୍ୱାମୀ-ସ୍ତ୍ରୀ କାର୍‌ରେ ଗଞ୍ଜେଇ ଧରି ଯାଉଥିଲେ। ରାସ୍ତାରେ ପୁଲିସ୍‌କୁ ଦେଖି କାରରେ ପତ୍ନୀଙ୍କୁ ଛାଡ଼ି ଚମ୍ପଟ ମାରିଲେ ସ୍ୱାମୀ। ଏପରି ଘଟଣା ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅଞ୍ଚଳରେ ଘଟିଛି। ପୁଲିସ କାର ଭିତରୁ ବହୁ ପରିମାଣର ଗଞ୍ଜେଇ ଜବତ କରିଛି।

Advertisment

ଶୁକ୍ରବାର ଦଶପଲ୍ଲା ଥାନା ରଙ୍ଗମାଟିଆ ଛକ ନିକଟସ୍ଥ ଟୋଲ ଗେଟ୍‌ ନିକଟରେ ପୁଲିସ ପାଟ୍ରୋଲିଂ କରୁଥିଲା। ଠିକ୍‌ ସେହି ସମୟରେ ଫୁଲବାଣୀରୁ କଟକ ଅଭିମୁଖେ ଆସୁଥିଲା OR-24-4377 ନମ୍ବର ଅଲ୍‌ଟୋ କାର୍‌। ତେବେ ହଠାତ୍‌ କାର ଚଳାଉଥିବା ନିହାର ରଞ୍ଜନ ଓଝା ରାସ୍ତା ବଦଳାଇ ପଳାଇ ଯାଇଥିଲେ।

ବିଚ୍‌ ରାସ୍ତାରେ ଚାଳକ ଗାଡ଼ି ବୁଲାଇ ପଳାଇଯିବା ଦେଖି ପୁଲିସ୍‌ ମନରେ ସନ୍ଦେହ ହୋଇଥିଲା। ପରେ ପୁଲିସ୍‌ ସେହି ଅଲ୍‌ଟୋ କାର୍‌କୁ ପିଛା କରିଥିଲା। କିଛି ସମୟ ଧରି ଚାଲିଲା ଗୋଡ଼ା ଗୋଡ଼ି। ଶେଷରେ ନିହାର ରଞ୍ଜନ ପତ୍ନୀ ଜୟସ୍ମିତାଙ୍କୁ କାରରେ ଛାଡ଼ି ଚମ୍ପଟ ମାରିଥିଲେ। ପୁଲିସ୍‌ ଜୟସ୍ମିତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ କାରରୁ ୫୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ହେବ ବୋଲି ଦଶପଲ୍ଲା ଥାନା ଅଧିକାରୀ ମୁକେଶ କୁମାର ବେହେରା କହିଛନ୍ତି। ଫେରାର ଥିବା ନିହାର ରଞ୍ଜନଙ୍କୁ ପୁଲିସ୍‌ ଧରିବା ପାଇଁ ଉଦ୍ୟମ ଚଳାଇଛି।

Advertisment

ରିପୋର୍ଟ-ଦଶପଲ୍ଲାରୁ ସଂଜୀବ ସାହୁ

Nayagarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe