ରାତି ଅଧରେ ଅଭିଯୋଗକାରୀଙ୍କୁ ତଡ଼ି ଦେଇଥିଲେ, ୩ ପୁଲିସ୍‌ ସସ୍‌ପେଣ୍ଡ

କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍‌ପି।

ନୟାଗଡ଼ ଏସ୍‌ପି ରାହୁଲ ଜୈନ ।

  • Published: Wednesday, 03 July 2024
  • , Updated: 03 July 2024, 01:56 PM IST

ଆକ୍ସନ ମୁଡରେ ନୟାଗଡ଼ ଏସ୍‌ପି ରାହୁଲ ଜୈନ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍‌ପି।

ନିଲମ୍ବିତ ହୋଇଥିବା ପୁଲିସ୍ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର SI ହାସିନା ପ୍ରଧାନ, ASI ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି l

ଗତ ସୋମବାର ବିଳମ୍ବିତ ରାତିରେ ସଦର ଥାନା ଗୋଳଗୋଳା ଗାଁରେ ବଡ଼ ଧରଣର ସିରିଜ ଚୋରି ହୋଇଥିଲା l ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗ ନେଇ ରାତାରାତି ଥାନାକୁ ଆସିଥିଲେ ଅଭିଯୋଗକାରୀ । ତୁରନ୍ତ ତାଙ୍କୁ ପୁଲିସ ସେବା ଯୋଗାଇ ଦେବା ପରିବର୍ତ୍ତେ ସକାଳୁ ଆସ କହି ତଡ଼ି ଦେଇଥିଲେ ଦାୟିତ୍ୱରେ ଥିବା ଏହି ୩ ପୁଲିସ କର୍ମଚାରୀ l

ଏହି ଘଟଣା SP ରାହୁଲ ଜୈନ ନଜରକୁ ଆସିବା ପରେ ତଦନ୍ତ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି l ଲୋକଙ୍କୁ ପୁଲିସ ସେବା ଯୋଗାଇବାରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା SP ରାହୁଲ ଜୈନ ସୂଚନା ଦେଇଛନ୍ତି l

Related story