/odisha-reporter/media/post_attachments/uploadimage/library/16_9/16_9_0/Loot_1713163445.jpg)
Loot
କଳା ପଲସରରେ ଆସି ଦମ୍ପତିଙ୍କଠାରୁ ସୁନାଗହଣା ନେଇ ଚମ୍ପଟ ମାରିଥିଲେ। ଧରାପଡ଼ି ଜେଲ ଗଲେ ୩ ଲୁଟେରା। ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି। ଗିରଫ ୩ ଲୁଟେରା ହେଲେ ଇଟାମାଟି ଅଞ୍ଚଳର ଚନ୍ଦନ ବେହେରା, ଶିବା ସେଠୀ ଓ ତରୁଣ ଘଡେଇ। ପୁଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ସାମଗ୍ରୀ ଜବତ କରିଛି।
ସୂଚନାଅନୁସାରେ, ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକରେ ଯାଉଥିଲେ। ଏହି ସମୟରେ କଳା ପଲସରରେ ଆସି ୩ ଜଣ ଲୁଟେରା ରଶ୍ମିତା ପିନ୍ଧିଥିବା ସୁନା ହାରକୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ଉଭୟ ପତିପତ୍ନୀ ତଳେ ପଡ଼ିଯାଇଥିଲେ।
ପରେ ଲୁଟେରାମାନେ ସେମାନଙ୍କଠାରୁ ଭ୍ୟାନିଟ୍ ବ୍ୟାଗ୍, ନଗଦ ଟଙ୍କା, ଏକ ମୋବାଇଲ ଓ ସୁନା ହାର ନେଇ ଚମ୍ପଟ ମାରିଥିଲେ। ଏନେଇ ରଶ୍ମିତାଙ୍କ ସ୍ୱାମୀ ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ୩ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଏହାସହ ସେମାନଙ୍କ ଠାରୁ ଏକ ପଲ୍ସର, ଭ୍ୟାନିଟ ବ୍ୟାଗ୍, ମୋବାଇଲ, ସୁନା ଗହଣା ଓ ୧୦ ହଜାର ଟଙ୍କା ଜବତ କରିଛି। ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
