ଦମ୍ପତିଙ୍କଠାରୁ ସୁନାଗହଣା ନେଇ ଚମ୍ପଟ ମାରିଥିଲେ, ଜେଲ ଗଲେ ୩ ଲୁଟେରା

ପୁଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ସାମଗ୍ରୀ ଜବତ କରିଛି।

ଗିରଫ ୩ ଅଭିଯୁକ୍ତ

  • Published: Monday, 15 April 2024
  • , Updated: 15 April 2024, 12:20 PM IST

କଳା ପଲସରରେ ଆସି ଦମ୍ପତିଙ୍କଠାରୁ ସୁନାଗହଣା  ନେଇ ଚମ୍ପଟ ମାରିଥିଲେ। ଧରାପଡ଼ି ଜେଲ ଗଲେ ୩ ଲୁଟେରା। ନୟାଗଡ଼ ଜିଲ୍ଲାରେ ଏପରି ଘଟଣା ଘଟିଛି। ଗିରଫ ୩ ଲୁଟେରା ହେଲେ ଇଟାମାଟି ଅଞ୍ଚଳର ଚନ୍ଦନ ବେହେରା, ଶିବା ସେଠୀ ଓ ତରୁଣ ଘଡେଇ। ପୁଲିସ ସେମାନଙ୍କଠାରୁ ଲୁଟ ହୋଇଥିବା ସାମଗ୍ରୀ ଜବତ କରିଛି।

ସୂଚନାଅନୁସାରେ, ଇଟାମାଟି ଥାନା ଭୁତଡି ଗ୍ରାମର ଶରତ କୁମାର ପ୍ରଧାନ ଓ ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ ନୂଆଗାଁ ଥୁଆବାରି ଗ୍ରାମକୁ ବାଇକରେ ଯାଉଥିଲେ। ଏହି ସମୟରେ କଳା ପଲସରରେ ଆସି ୩ ଜଣ ଲୁଟେରା ରଶ୍ମିତା ପିନ୍ଧିଥିବା ସୁନା ହାରକୁ ଝାମ୍ପି ନେବାକୁ ଉଦ୍ୟମ କରିଥିଲେ। ଉଭୟ ପତିପତ୍ନୀ ତଳେ ପଡ଼ିଯାଇଥିଲେ।

ପରେ ଲୁଟେରାମାନେ ସେମାନଙ୍କଠାରୁ ଭ୍ୟାନିଟ୍ ବ୍ୟାଗ୍, ନଗଦ ଟଙ୍କା, ଏକ ମୋବାଇଲ ଓ ସୁନା ହାର ନେଇ ଚମ୍ପଟ ମାରିଥିଲେ। ଏନେଇ ରଶ୍ମିତାଙ୍କ ସ୍ୱାମୀ ନୟାଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ  କରିବା ସହ ୩ ଜଣ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି। ଏହାସହ ସେମାନଙ୍କ ଠାରୁ ଏକ ପଲ୍‌ସର, ଭ୍ୟାନିଟ ବ୍ୟାଗ୍, ମୋବାଇଲ, ସୁନା ଗହଣା ଓ ୧୦ ହଜାର ଟଙ୍କା ଜବତ କରିଛି। ୩ ଜଣଙ୍କୁ ଗିରଫ  କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Related story