Advertisment

ପଟିଆ ଷ୍ଟେସନ ନିକଟରୁ ଅପହୃତ ଶିଶୁ ଉଦ୍ଧାର

ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍‌ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ।

ଅଦ୍ୟତନ ହୋଇଛି
kidnapped

kidnapped

Advertisment

ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଗତକାଲି ଅପହୃତ ହୋଇଥିବା ବର୍ଷକର ଶିଶୁ କଟକରୁ ଉଦ୍ଧାର ହୋଇଛି। ଶିଶୁଟି ଉଦ୍ଧାର ନେଇ ମଞ୍ଚେଶ୍ୱର ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରିନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତକାଲି ଷ୍ଟେସନ ନିକଟ ବଜାର ନିକଟରେ କିଛି ଦୁର୍ବୃତ୍ତ କାର୍‌ରେ ଆସି ମାଆ ପାଖରୁ ଶିଶୁଟିକୁ ଛଡ଼ାଇ ନେଇଥିଲେ। ଏନେଇ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହ ଖୋଳତାଡ଼ କରିଥିଲା।  ପରେ ଶିଶୁଟିକୁ କଟକରୁ ଉଦ୍ଧାର କରିଛି।

ପାରିବାରିକ କଳହ କାରଣରୁ ଶିଶୁଟିକୁ କେହି ସମ୍ପର୍କୀୟ ଅପହରଣ କରି ନେଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। କେଉଁ କାରଣ ପାଇଁ ପାରିବାରିକ କଳହ ଲାଗିଥିଲା, କେଉଁଥି ପାଇଁ ପିଲାଟିକୁ ସର୍ମ୍ପକୀୟ  ଅପହରଣ  କରିନେଇଥିଲେ ପୁଲିସ ତାର ତଦନ୍ତ କରୁଛି। ଏହାସହ  ଅପହର୍ତ୍ତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଶିଶୁ ଉଦ୍ଧାର ନେଇ ଭୁବନେଶ୍ୱର ଡିସିପି ପ୍ରତୀପ ସିଂ କହିଲେ,  ପାରିବାରିକ କଳହରୁ ଶିଶୁକୁ ଅପହରଣ କରାଯାଇଥିଲା।  ଅପହରଣ ପଛରେ ଶିଶୁର ବାପା ସହ ଆଉ ୩ ଜଣ ଅଛନ୍ତି। ଅପହରଣ ଅଭିଯୋଗରେ ୩ ଅପହର୍ତ୍ତାଙ୍କ ସହ ବାପା ଥାନାରେ ଅଟକ ରଖାଯାଇଛି। 

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe