Advertisment

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ୨୦ ମହିଳାଙ୍କୁ ଗଣଦୁଷ୍କର୍ମ

ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦ ଅଧ୍ୟକ୍ଷ ମହେନ୍ଦ୍ର ମେୱାଡ ଏବଂ ତତ୍କାଳୀନ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି।

Mahendra Mevada, and Mahendra Choudhary

Mahendra Mevada, and Mahendra Choudhary

Advertisment

ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ। ଜଣେ କି ଦୁଇ ଜଣ ନୁହେଁ ପାଖାପାଖି ୨୦ ଜଣ ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ସୁଟ୍‌ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ରାଜସ୍ଥାନର ସିରୋହି ଅଞ୍ଚଳରେ ଘଟିଛି ଏଭଳି କିଛି ଲଜ୍ଜାଜନକ ଘଟଣା।

Advertisment

ରାଜସ୍ଥାନର ସିରୋହି ମ୍ୟୁନିସିପାଲିଟି ପରିଷଦ ଅଧ୍ୟକ୍ଷ ମହେନ୍ଦ୍ର ମେୱାଡ ଏବଂ ତତ୍କାଳୀନ କମିଶନର ମହେନ୍ଦ୍ର ଚୌଧୁରୀଙ୍କ ବିରୋଧରେ ଗଣଦୁଷ୍କର୍ମ ମାମଲା ରୁଜୁ ହୋଇଛି। ରାଜସ୍ଥାନ ପାଲି ଜିଲ୍ଲାର ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ସିରୋହି ପୁଲିସ ଏକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ସେପଟେ ଏହି ଘଟଣାରେ ରାଜସ୍ଥାନର ବିଭିନ୍ନ ଥାନରେ ୮ଟି ମାମଲା ରୁଜୁ ହୋଇଛି।

ମହିଳାଙ୍କ ଅଭିଯୋଗ ମୁତାବକ, ଅଙ୍ଗନବାଡିରେ ଚାକିରି ଦେବା ନାଁରେ ମ୍ୟୁନିସିପାଲିଟି ପରିଷଦ ଅଧ୍ୟକ୍ଷ ଓ କମିଶନର ମିଶି ତାଙ୍କୁ ଏବଂ ଅନ୍ୟ ୧୫ରୁ ୨୦ଜଣ ମହିଳାଙ୍କୁ ପ୍ରଲୋଭନ ଦେଖାଇ ଡାକିଥିଲେ। ଏହାପରେ ଗଣଦୁଷ୍କର୍ମ କରାଯାଇଥିଲା। କେବଳ ସେତିକି ନୁହେଁ ଏହି ଘଟଣାର ଭିଡିଓ ପ୍ରସ୍ତୁତ କରି ମହିଳାଙ୍କୁ ବ୍ଲାକମେଲ କରୁଥିବା ମଧ୍ୟ ଅଭିଯୋଗ ହୋଇଛି।

Advertisment

ପୀଡିତାଙ୍କ କହିବା ମୁତାବକ, ଦୁଇ-ତିନି ମାସ ପୂର୍ବେ ଅଙ୍ଗନବାଡିରେ କାମ କରିବା ପାଇଁ ସେ ନିଜ ସାଥୀ ମହିଳାଙ୍କ ସହ ସିରୋହି ଯାଇଥିଲେ। ଏହି ସମୟରେ ମ୍ୟୁନିସପାଲିଟି ଅଧ୍ୟକ୍ଷ ଓ କମିଶନରଙ୍କ ସହ ଦେଖାସାକ୍ଷାତ ହୋଇଥିଲା। ଏହାପରେ ସେମାନେ ଉଭୟ ସମସ୍ତ ମହିଳାଙ୍କୁ ତାଙ୍କର ଏକ ଚିହ୍ନା ପରିଚିତ ଘରେ ରହିବା ପାଇଁ ଓ ଖାଇବା ପିଇବାର ବ୍ୟବସ୍ଥା କରିଥିଲେ। ଏହି ସମୟରେ ମହିଳାଙ୍କୁ ସେଠାରେ ଖାଦ୍ୟରେ ନିଶା ମିଶାଇ ଦିଆଯାଇଥିଲା। ଏହା ପରେ ଅଧ୍ୟକ୍ଷ ଏବଂ କମିଶନର ସେମାନଙ୍କ ସହଯୋଗୀମାନଙ୍କ ସହ ମହିଳାମାନଙ୍କୁ ଦୁଷ୍କର୍ମ କରିଥିଲେ। ମହିଳାଙ୍କ ଚେତା ଫେରିବା ପରେ ଅଧ୍ୟକ୍ଷ ଓ କମିଶନରଙ୍କୁ ପୁରାଯାଇଥିଲା। ପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା।

ଏବେ ଅଭିଯୁକ୍ତମାନେ ପୂରା ଘଟଣାର ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବ୍ଲାକମେଲ କରୁଛନ୍ତି। ମହିଳାଙ୍କୁ ପାଞ୍ଚ ଲକ୍ଷ ଲେଖାଏଁ ମାଗୁଛନ୍ତି। ଏଥି ସହିତ, ସେମାନେ ଅନ୍ୟ ଲୋକଙ୍କ ସହ ମଧ୍ୟ ଅନୈତିକ ସମ୍ପର୍କ ରଖିବାକୁ ଚାପ ପକାଉଛନ୍ତି। ଏହି ଅଭିଯୁକ୍ତମାନେ ଚାକିରି ଦେବା ବାହାନାରେ ମହିଳାଙ୍କଠାରୁ ଖାଲି କାଗଜ ଏବଂ ଷ୍ଟାମ୍ପ ମଧ୍ୟ ନେଇଥିବା ପୀଡିତା ଅଭିଯୋଗ କରିଛନ୍ତି।

ସେପଟେ ଏହି ମାମଲାର ତଦନ୍ତ କରୁଥିବା ଡିଓ୍ୱାଇଏସ୍‌ପି ପାରସ ଚୌଧୁରୀ କହିଛନ୍ତି, ପୂର୍ବରୁ ମଧ୍ୟ ଏହି ମହିଳାମାନେ ସିରୋହି ମହିଲା ଥାନାରେ ଅଭିଯୋଗ କରିଥିଲେ। ପରେ ଏହା ମିଥ୍ୟା ପ୍ରମାଣିତ ହୋଇଥିଲା। ଯୋଧପୁରର ରାଜସ୍ଥାନ ହାଇକୋର୍ଟରେ ୮ଜଣ ମହିଳାଙ୍କ ନାମରେ ଏକ ରିଟ୍ ଦାଖଲ କରାଯାଇଥିଲା, ଯାହା ଉପରେ ଏବେ ଏକ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ଅନ୍ୟପଟେ ସିରୋହି ମ୍ୟୁନିସିପାଲଟିର ଚ୍ୟାୟରମେନ୍‌ ମହେନ୍ଦ୍ର ମେଓ୍ୱାଡ କହିଛନ୍ତି, ମୋ ବିରୋଧରେ ଷଡଯନ୍ତ୍ର ରଚାଯାଇଛି। ଏ ସମସ୍ତ ଅଭିଯୋଗ ମିଥ୍ୟା ଅଟେ। ତଦନ୍ତ ପରେ ସତ ସାମ୍ନାକୁ ଆସିଯିବ। 

Rajasthan Gang Rape Anganwadi Job
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe