Advertisment

ପୁଣି ଜଣେ ମେଡିକାଲ ଆଶାୟୀ ଛାତ୍ରଙ୍କ ଆତ୍ମହତ୍ୟା

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ କୌଶଲ କୁମାର।

Suicide

Suicide

Advertisment

ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। ରାଜସ୍ଥାନର ସିକାରରେ ଥିବା ଗୋଟିଏ ହଷ୍ଟେଲ ଭିତରୁ ତାଙ୍କ ମୃତଦେହ ମିଳିଛି।

Advertisment

ଆତ୍ମହତ୍ୟା କରିଥିବା ଛାତ୍ର ଜଣଙ୍କ ହେଲେ କୌଶଲ କୁମାର। ତାଙ୍କ ଘର ରାଇସନା ଗାଁରେ। ସେ ଆଲେନ କୋଚିଂ ସେଣ୍ଟରରେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିଲେ। ଏଥିପାଇଁ ଘର ଠାରୁ ଦୂର ସିକାରରେ ଥିବା ହଷ୍ଟେଲରେ ରହୁଥିଲେ। ତେବେ ଆଜି ହଷ୍ଟେଲ ଭିତରୁ ତାଙ୍କ ଝୁଲନ୍ତା ମୃତଦେ ମିଳିଛି।

ରାଜସ୍ଥାନର ବିଭିନ୍ନ ସ୍ଥାନ ବିଶେଷ କରି କୋଟାରେ ପ୍ରତିବର୍ଷ ଲକ୍ଷାଧିକ ଛାତ୍ରଛାତ୍ରୀ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏମାନଙ୍କୁ ମଧ୍ୟରୁ କିଛି ଛାତ୍ରଛାତ୍ରୀ ପାଠପଢ଼ାର ଚାପ ସହି ନ ପାରି ଆତ୍ମହତ୍ୟା କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Advertisment

ଆଜିର ଘଟଣା ପୂର୍ବରୁ ଅଗଷ୍ଟ ୨୭ରେ କୋଟାରେ ନିଟ୍‌ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୬ ବର୍ଷୀୟ ପିଲା ଜୀବନ ହାରିଥିଲା। ସେହିପରି ଅଗଷ୍ଟ ୨୮ରେ କୋଟାରେ ଦୁଇ ଜଣ କିଶୋରଙ୍କ ମୃତଦେହ ସେମାନଙ୍କ ରୁମ ଭିତରୁ ମିଳିଥିଲା। ଏହାକୁ ମିଶାଇ ଚଳିତ ବର୍ଷ କେବଳ କୋଟାରେ ୨୩ ଜଣ ଶିକ୍ଷାର୍ଥୀ ଜୀବନ ହାରି ସାରିଲେଣି।

Rajasthan NEET Kota Student Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe