Advertisment

NEET ଆଶାୟୀଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ କରୁଥିଲେ କୋଚିଂ ସେଣ୍ଟରର ଦୁଇ ଶିକ୍ଷକ

ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।

author-image
Hemant Lenka
Kanpur

Kanpur

ନିଟ୍ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଜଣେ ନାବାଳିକା କାନପୁର ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଦୀର୍ଘ ମାସ ଧରି ଗୋଟିଏ ଲୋକପ୍ରିୟ କୋଚିଂ ସେଣ୍ଟରର ଦୁଇ ଜଣ ଶିକ୍ଷକ ଦୁଷ୍କର୍ମ କରିବା ପରେ ବ୍ଲାକମେଲ କରୁଥିଲେ।

Advertisment

କିଛି ଦିନ ତଳେ ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶିକ୍ଷକ ଆଉ ଜଣେ ଛାତ୍ରୀଙ୍କୁ ଯୌନ ଉତ୍ପୀଡ଼ନା ଦେଉଥିବାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ପୀଡ଼ିତା ଜଣଙ୍କ ତାଙ୍କ ସହ ମଧ୍ୟ ଶିକ୍ଷକ ଜଣଙ୍କ ଘଟାଥିବା କାଣ୍ଡର ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ୍‌ ୨ ଜଣ ଶିକ୍ଷକଙ୍କୁ ଗିରଫ କରିଛି।

ଜଣେ ପୁଲିସ୍‌ ଅଧିକାରୀ କହିଛନ୍ତି, ୨୦୨୨ରେ ମେଡିକାଲ ପ୍ରବେଶିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରୀଙ୍କ କାନପୁର ଯାଇଥିଲେ। ସେଠାରେ ଥିବା ଗୋଟିଏ ଲୋକପ୍ରିୟ କୋଚିଂ ସେଣ୍ଟରରେ ସେ ନାଁ ଲେଖାଇଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ କୋଚିଂ ସେଣ୍ଟରର ବାଇଲୋଜି ଶିକ୍ଷକ ସାହିଲ ସିଦ୍ଦିକି ଛାତ୍ରୀଙ୍କୁ ତାଙ୍କ ଘରେ ଆୟୋଜିତ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ଏହି ପାର୍ଟ ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ରହିଥିବା ସାହିଲ ଦାବି କରିଥିଲେ।

Advertisment

ହେଲେ ଛାତ୍ରୀ ଜଣଙ୍କ ସାହିଲଙ୍କ ଫ୍ଲାଟରେ ପହଞ୍ଚିବା ପରେ ସେ ସେଠାରେ ନିଜକୁ ଏକୁଟିଆ ପାଇଥିଲେ। ସେଠାରେ ସାହିଲ ତାଙ୍କୁ ମଦ ପିଆଇବ ସହ ଦୁଷ୍କର୍ମ କରିଥିଲେ। ଏହାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ।

ଏହି ଭିଡିଓକୁ ଭାଇରାଲ କରି ଦେବାର ଧମକ ଦେଇ ସାହିଲ ଏକାଧିକ ଥର ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ। ନିଜ ଫ୍ଲାଟରେ ସେ ଛାତ୍ରୀଙ୍କୁ କିଛି ଦିନ ବନ୍ଦ କରି ରଖିଥିଲେ। ପୀଡ଼ିତା ଜଣଙ୍କ ଫ୍ଲାଟରେ ବନ୍ଦୀ ହୋଇ ଥିବା ବେଳେ ଗୋଟିଏ ପାର୍ଟିର ଆୟୋଜନ ହୋଇଥିଲା। ଏହି ସମୟରେ କୋଚିଂ ସେଣ୍ଟରର କେମେଷ୍ଟ୍ରୀ ଶିକ୍ଷକ ବିକାଶ ପୋରୱାଲ ମଧ୍ୟ ତାଙ୍କୁ ଦୁଷ୍କର୍ମ କରିଥିଲେ। ଘଟଣା ବେଳେ ପୀଡ଼ିତା ଜଣଙ୍କ ନାବାଳିକା ଥିଲେ।

ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।

ନିକଟରେ ସିଦ୍ଦିକି ଆଉ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନାର ଭିଡିଓ ଭାଇରାଲ ହୋଇଥିଲା। ସେ ଏହି ଘଟଣାରେ ଗିରଫ ହୋଇ ଏବେ ବେଲରେ ମୁକୁଳିଥିଲେ। ତେବେ ଏହି ଘଟଣା ପରେ ପ୍ରଥମ ଛାତ୍ରୀ ଜଣଙ୍କ ସାହାସ ଦେଖାଇବା ସହ ସିଦ୍ଦିକି ଓ ବିକାଶଙ୍କ ନାଁରେ ଅଭିଯୋଗ ଦାଖଲ କରିଥିଲେ। ଶୁକ୍ରବାର ସେ ଅଭିଯୋଗ କରିବା ପରେ ପୁଲିସ୍‌ ଉଭୟଙ୍କୁ ଗିରଫ କରିଛି।

Uttar Pradesh Police Stop Rape