Advertisment

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା; ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଅନୁଗୋଳ ଜିଲ୍ଲା ରେଙ୍ଗାଳି ଗ୍ରାମର ବାପୁ ଗୋଚ୍ଛାୟତଙ୍କ ପତ୍ନୀ ଲିଜା ଗତ ୨୭ ତାରିଖରେ କଣିହାଁ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲ।

author-image
Tapaswini Nayak
ଅଦ୍ୟତନ ହୋଇଛି
Tension situation

Tension situation

ନବଜାତ ଶିଶୁପୁତ୍ରର ମୃତ୍ୟୁକୁ ନେଇ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଛି। ମୃତ ଶିଶୁ ସେମାନଙ୍କର ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

Advertisment

ଅନୁଗୋଳ ଜିଲ୍ଲା ରେଙ୍ଗାଳି ଗ୍ରାମର ବାପୁ ଗୋଚ୍ଛାୟତଙ୍କ ପତ୍ନୀ ଲିଜା ଗତ ୨୭ ତାରିଖରେ କଣିହାଁ ଡାକ୍ତରଖାନାରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲ। ଶିଶୁଟିର ସ୍ୱାସ୍ଥ୍ୟ ଠିକ୍‌ ନ ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗର ଏସଏନସିୟୁରେ ଶଯ୍ୟା ନମ୍ବର ୧୬ରେ ଶିଶୁକୁ ରଖି ଚିକିତ୍ସା କରାଯାଉଥିଲା। ମାତ୍ର ଗତକାଲି ସକାଳେ ଶିଶୁପୁତ୍ରଟିର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହୋଇ ପଡ଼ିଥିଲା।

ପରେ ଶିଶୁଟିକୁ ଅଧିକ ଚିକିତ୍ସା ୧୬ ନମ୍ବର ବେଡ଼ରୁ ୧୨ ନମ୍ବର ବେଡ଼କୁ ସ୍ଥାନାନ୍ତରିତ କରାଯାଇଥିଲା। ପରେ ଶିଶୁପୁତ୍ରର ମୃତ୍ୟୁ ହୋଇଯାଇଥିଲା। ଶିଶୁଟିର ମୃତ୍ୟୁ ଖବର ଶୁଣି ଉତ୍ତ୍ୟକ୍ତ ହୋଇପଡ଼ିଥିଲେ ପରିବାର ବର୍ଗ। ଶିଶୁପୁତ୍ରକୁ ୧୬ ନମ୍ବର ବେଡ୍‌ରୁ ୧୨ ନମ୍ବର ବେଡ୍‌କୁ କାହିଁକି ଅଣାଗଲା? ଯଦି ଅଣାଗଲା ପରିବାର ଲୋକକୁ କାହିଁକି ସୂଚନା ଦିଆଗଲାନାହିଁ ପ୍ରଶ୍ନ କରିଛନ୍ତି ମୃତ ଶିଶୁର ପରିବାର ଲୋକ। ଏଥିସହ ମୃତ ଶିଶୁ ସେମାନଙ୍କର ନୁହେଁ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହି ଘଟଣାକୁ ନେଇ ଗତକାଲି ରାତିରେ ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା।  ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା।  ଏନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା  ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। 

Advertisment

ମୃତ ନବ ଜାତକର ବାପା ବାପୁ ଗୋଛାୟତ କହିଛନ୍ତି,ସକାଳେ ମୋ ଛୁଆ ଠିକ୍‌ ଥିଲା। ସନ୍ଧ୍ୟାବେଳେ ଡାକ୍ତର କହୁଛନ୍ତି ମୋ ଛୁଆ ମରି ଯାଇଛି। ମୋ ଛୁଆ ଏସଏନସିୟୁରେ ୧୬ ନମ୍ବର ବେଡ୍‌ରେ ଥିଲା, ତାକୁ ୧୨ ନମ୍ବର ବେଡ୍‌କୁ ଆଣିଛନ୍ତି। ଏହି ବିଷୟରେ ଆମକୁ ଜଣାଇନାହାନ୍ତି। ମୋ ଛୁଆର ମୁଣ୍ଡ ଚେପଟା ନଥିଲା। ଯେଉଁ ଛୁଆ ମରିଯାଇଛି, ତାର ମୁଣ୍ଡ ଚେପଟା ଅଛି। ଏ ଛୁଆ ଆମର ନୁହେଁ।

Medical Negligence Anugul