Advertisment

କରଜ କରି କରିଥିଲେ ଘର; ସୁଝି ନ ପାରିବାରୁ ଘରୁ ବାହାର କରିଦେଲା ପଡ଼ୋଶୀ

ଗତକାଲି ପୁଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରିବା ପରେ  ନିଜ ଘରକୁ ଫେରିଛନ୍ତି ମହିଳା।

jaleswar

jaleswar

Advertisment

କରଜ ଶୁଝି ନ ପାରିବାରୁ ଘରୁ ବାହାର କରିଦେଲା ପଡ଼ୋଶୀ। ପକ୍ଷାଘାତରେ ଆକ୍ରାନ୍ତ ଶଯ୍ୟାଶାୟୀ ସ୍ୱାମୀ ଓ ବୃଦ୍ଧା ଶାଶୁଙ୍କ ସହ ୩ଦିନ ହେଲା ଘର ବାହାରେ ଶୀତ କାକରରେ ପଡ଼ିଥିଲେ ମହିଳା। ଗତକାଲି ପୁଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରିବା ପରେ  ନିଜ ଘରକୁ ଫେରିଛନ୍ତି ମହିଳା।  ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭୋଗରାଇ ବ୍ଲକ୍ ବରବରିଆ ଗାଁରେ।

Advertisment

ସୂଚନା ଅନୁସାରେ, ଗାଁର ସୁଶୀଲ ଜେନାଙ୍କ ଠାରୁ ପଡ଼ୋଶୀ ସୁଧୀର ଜେନା କିଛି ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଘର ସହ ଆଉ କିଛି ଘର ତିଆରି କରିବା ପାଇଁ ୩ଲକ୍ଷ ଟଙ୍କା କରଜ ନେଇଥିଲେ। କିଛି ଦିନ ପରେ ସୁଧୀର ଦେଢ଼ ଲକ୍ଷ ସୁଶୀଲଙ୍କୁ ଫେରାଇ ଦେଇଥିଲେ। ଦେଢ଼ ଲକ୍ଷ ଟଙ୍କା ବାକି ଥିଲା। ହଠାତ୍ ସୁଧୀର ଅସୁସ୍ଥ ହୋଇପଡ଼ିଥିଲେ। ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଦୁଇ ପାଇସା ରୋଜଗାର କରି ପରିବାର ପୋଷଣ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା। ସେ ସୁଶୀଲଙ୍କ ବାକି ପଇସା ଦେଇପାରିନଥିଲେ। ସୁଶୀଲ ବାରମ୍ବାର ସୁଧୀରଙ୍କୁ ପଇସା ମାଗି ହେଉଥିଲେ। ହେଲେ ସୁଶୀଲଙ୍କ ବାକି ପଇସା ଫେରାଇକୁ ଅକ୍ଷମ ଥିଲେ।

ସୁଧୀରଙ୍କ ଦୁର୍ଦ୍ଦିନ ସମୟରେ ସୁଶୀଲ ଟଙ୍କା ପାଇଁ ଜୁଲମ ଆରମ୍ଭ କରିଥିଲେ।  ଗତ ୧୦ତାରିଖ ଦିନ ସୁଧୀରଙ୍କ ଘରେ ଜୋର ଜବରଦସ୍ତ ତାଲା ମାରି ଦେଇଥିଲେ।  ସମସ୍ତଙ୍କୁ ଘରୁ ବାହାର କରି ଦେଇଥିଲେ।  ଫଳରେ ସୁଧୀର, ସ୍ତ୍ରୀ ଓ ବୃଦ୍ଧା ମାଆଙ୍କ ସହ ଘର ବାହାରେ ପଡ଼ି ରହିଥିଲେ। ଗାଁରୁ ମାଗିଯାଚି ଖାଉଥିଲେ।  ଏନେଇ ସୁଧୀର ତାଳସାରୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୁଲିସ ଉଭୟ ପକ୍ଷକୁ ଡାକି ବୁଝାସୁଝା କରିଥିଲା। ପରେ ସୁଧୀର ନିଜ ଘରକୁ ଫେରିଥିଲେ। 

Advertisment
Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe