Advertisment

ମହିଳାଙ୍କୁ ଆକ୍ରମଣ କଲେ ପଡ଼ୋଶୀ, ମାରି ଟାଙ୍ଗିଦେଲେ ସମ୍ପର୍କୀୟ

ଘଟଣା ଦିନ ପଡ଼ୋଶୀ ଘରର ମହିଳା ଏକୁଟିଆ ଥିବାର ସୁଯୋଗ ନେଇ ଦେବା ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ମହିଳାଜଣକଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ସୃଷ୍ଟି ହୋଇଛି। ଏ

ଅଦ୍ୟତନ ହୋଇଛି
Murder

Murder

Advertisment

ପଡ଼ୋଶୀଙ୍କ ସହ ଲାଗି ରହିଥିବା ବିବାଦ ନେଲା ରକ୍ତପାତର ରୂପ । ଦୀର୍ଘ ଦିନ ଧରି ଚାଲିଥିବା ବିବାଦ ଯୋଗୁ ଘଟିଛି ବୀଭତ୍ସ କାଣ୍ଡ । ପଡ଼ୋଶୀ ମହିଳା ଏକୁଟିଆ ଥିବାର ସୁଯୋଗ ପାଇଁ ବ୍ୟକ୍ତିଜଣକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଖବର ପାଇ ମହିଳାଙ୍କ ସମ୍ପର୍କୀୟ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କୁ ମାରି ଗଛରେ ଟାଙ୍ଗି ଦେଇଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ଅଞ୍ଚଳରେ ଘଟିଛି।

Advertisment

ମୃତ ବ୍ୟକ୍ତି ଜଣକ ହେଲେ ଦେବା ମାଡକାମୀ। ଦେବାଙ୍କର ନିଜ ପଡ଼ୋଶୀ ମୁନି ମାଢ଼ିଙ୍କ ସହ ଦୀର୍ଘ ଦିନ ଧରି ତିକ୍ତ ସମ୍ପର୍କ ଲାଗି ରହିଥିଲା। ପୂର୍ବରୁ ମଧ୍ୟ ଦୁଇ ପଡ଼ୋଶୀ ମୁହାଁମୁହିଁ ହୋଇଥିବା ଜଣାଯାଇଛି।

ଗତକାଲି ସକାଳେ ମୁନି ମାଢ଼ି ଘରେ ଏକୁଟିଆ ଥିଲେ। ତାଙ୍କ ସ୍ୱାମୀ, ପିଲାମାନେ ବାହାରକୁ ପଳାଇଥିଲେ। ଏହି ସୁଯୋଗରେ ଦେବା ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ। ଏଥିରେ ମହିଳାଜଣକଙ୍କର ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଚୋଟ ସୃଷ୍ଟି ହୋଇଛି। ଏହାସତ୍ତ୍ୱେ ଘଟଣାସ୍ଥଳରୁ ଦୌଡ଼ିଯାଇ ସେ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇ ପାରିଥିଲେ।

Advertisment

ଖବର ପାଇ ମହିଳାଙ୍କ ସମ୍ପର୍କୀୟମାନେ ପହଞ୍ଚିବା ସହ ଦେବାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏପରିକି ଘଟଣାସ୍ଥଳରେ ହିଁଁ ଦେବା ଆଖି ବୁଜି ଦେଇଥିଲେ। ଏହାପରେ ସେମାନେ ମୃତଦେହକୁ ଗାଁ ମୁଣ୍ଡ ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ ଗାଁରେ ପହଞ୍ଚି ତଦନ୍ତ କରିବା ସହ ୪ ଜଣଙ୍କୁ ଧରି ଖୋଳତାଡ଼ ଚଳାଇଛି। ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। 

Malkangiri Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe