Advertisment

ଅନ୍ଧବିଶ୍ୱାସର ଭୟଙ୍କର ରୂପ; ମହିଳାଙ୍କୁ ହାଣି ମୁଣ୍ଡ ଅଲଗା କଲା ପଡ଼ୋଶୀ

ଅନ୍ଧବିଶ୍ୱାସର ପରିଣତି ହେଲା ଖୁବ୍‌ ଭୟାବହ। ରାସ୍ତା ଉପରେ ଜଣେ ମହିଳାଙ୍କୁ ହାଣି ଶରୀରରୁ ମୁଣ୍ଡରୁ ଅଲଗା କରିଦେଲେ ଯୁବକ ।

author-image
Niharika Rout
Dead Body

Dead Body

ଅନ୍ଧବିଶ୍ୱାସର ପରିଣତି ହେଲା ଖୁବ୍‌ ଭୟାବହ। ରାସ୍ତା ଉପରେ ଜଣେ ମହିଳାଙ୍କୁ ହାଣି ଶରୀରରୁ ମୁଣ୍ଡରୁ ଅଲଗା କରିଦେଲେ ଯୁବକ । ଏପରି ଏକ ସାଂଘାତିକ ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ନିଶ୍ଚିନ୍ତାପୁର ଗାଁରେ ଘଟିଛି। ପୁଲିସ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି କୁରାଢ଼ିକୁ ଜବତ କରିଛି।

Advertisment

ମୃତ ମହିଳାଜଣକ ହେଲେ ଗୌରି ବେହେରା । ଅଭିଯୁକ୍ତଜଣକ ହେଉଛନ୍ତି ନିଶ୍ଚିନ୍ତପୁର ଗ୍ରାମର ବାବୁଲି ମହାକୁଡ । ଗୌରି ଗୁଣିଗାରେଡି କରୁଥିବା ନେଇ ବାବୁଲି ଦୀର୍ଘ ଦିନ ହେବ ସନ୍ଦେହ କରି ଆସୁଥିଲେ। ତେଣୁ ସେ ତାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କରୁଥିଲେ।

ଆଜି ଗୌରି ବେହେରା ଘରକୁ ଫେରୁଥିବା ବେଳେ ଏହି ସୁଯୋଗରେ ବାବୁଲି ଏକ କୁରାଢିରେ ତାଙ୍କୁ ହାଣି ଦେଇଥିଲେ। ଫଳରେ ଶରୀରରୁ ତାଙ୍କ ମୁଣ୍ଡ ଅଲଗା ହୋଇ ଯାଇଥିଲା। ଘଟଣାସ୍ଥଳରେ ହିଁ ଗୌରିଙ୍କ ଜୀବନ ଚାଲି ଯାଇଥିଲା ।

Advertisment

ବଡ଼ସାହି ପୁଲିସକୁ ଖବର ଦେବାରୁ ଆଇଆଇସି ଉମାଶଙ୍କର ନାୟକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଗିରଫ କରି କୁରାଢିକୁ ଜବତ କରିଛନ୍ତି । ସାଇଣ୍ଟିଫିକ ଟିମ ପହଞ୍ଚିବା ପରେ ପରବର୍ତ୍ତୀ ତଦନ୍ତ କରାଯିବ ବୋଲି ପୋଲିସ କହିଛି। ଗାଁ ରେ ଏକ ଭୟ ର ବାତାବରଣ ସୃଷ୍ଟି ହୋଇଛି।

Murder Terror Attack Mayurbhanj