Advertisment

ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କୁ ମୁକୁଳାଇବାକୁ ପଡ଼ୋଶୀ କଲେ ୨୦ ଲକ୍ଷର ଡିଲ୍‌; ଥାନାରେ ପହଞ୍ଚିଲେ ମା’

ଡାକ୍ତର ଦାସଙ୍କ ସମେତ ତାଙ୍କ ପତ୍ନୀଙ୍କୁ ପୁଲିସ୍‌ ବାନ୍ଧି ସାରିଥିବା ବେଳେ ମାମଲା ରଫାଦଫା କରିବାକୁ ପଡ଼ୋଶୀ ମାଗିଲେ ୨୦ ଲକ୍ଷ ।

ଅଦ୍ୟତନ ହୋଇଛି
Doctor

Doctor

Advertisment

ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଗତ ୩ ଦିନ ପୂର୍ବେ ଗିରଫ ହୋଇଥିବା ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କୁ ମୁକୁଳାଇବାକୁ ମୁଲଚାଲ କଲେ ପଡ଼ୋଶୀ । ଡାକ୍ତର ଦାସଙ୍କ ସମେତ ତାଙ୍କ ପତ୍ନୀଙ୍କୁ ପୁଲିସ୍‌ ବାନ୍ଧି ସାରିଥିବା ବେଳେ ମାମଲା ରଫାଦଫା କରିବାକୁ ପଡ଼ୋଶୀ ମାଗିଲେ ୨୦ ଲକ୍ଷ । ଏନେଇ ସେ ଡାକ୍ତର ଦାସ୍‌ଙ୍କ ମା’ଙ୍କ ସହ ଡିଲ୍‌ କଲେ। ଏପରିକି ୨୦ ଲକ୍ଷ ଦେଲେ ତୁମ ପୁଅବୋହୂଙ୍କ ମାମଲା ରଫାଦଫା କରିବା ସହ ସେମାନଙ୍କୁ ମୁକୁଳାଇ ଆଣିବି ବୋଲି ବି ଗ୍ୟାରେଣ୍ଟି ଦେଲେ। ପୁଅବୋହୂଙ୍କୁ ଫେରି ପାଇବାକୁ ଡାକ୍ତରଙ୍କ ମା’ ୧୭ ଲକ୍ଷ ଟଙ୍କା ଦେଇଦେଲେ । ମାତ୍ର ପଡ଼ୋଶୀଙ୍କ ଗ୍ୟାରେଣ୍ଟି କାମ ଦେଲାନି। ଉଭୟ ଡାକ୍ତର ଦାସ ଓ ତାଙ୍କ ପତ୍ନୀ କୋର୍ଟଚାଲାଣ ହେବାରୁ ଏନେଇ ଥାନାରେ ଅଭିଯୋଗ କରିଛନ୍ତି ତାଙ୍କ ମା’ ।

Advertisment

ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ମଙ୍ଗଳାବଗ ଥାନା ପୁଲିସ ଗତ ୯ ତାରିଖରେ ଡାକ୍ତର ପୁଣ୍ୟଶ୍ଲୋକ ଦାସଙ୍କ ସହିତ ତାଙ୍କ ପତ୍ନୀ ଓ ୩ ଜଣ ଦଲାଲଙ୍କୁ ଗିରଫ କରିଥିଲା। ଏହି ଘଟଣା ପରେ ଡାକ୍ତରଙ୍କ ପଡୋଶୀ ସମ୍ବିତ ସାମଲ ନାମକ ବ୍ୟକ୍ତି ପୁଣ୍ୟଶ୍ଲୋକଙ୍କ ମା’ଙ୍କ ପାଖକୁ ନିକଟକୁ ଯାଇଥିଲେ। ଏଥିସହ ୨୦ ଲକ୍ଷ ଟଙ୍କ ଦେଲେ ପୁଅ ଓ ବୋହୂଙ୍କୁ ଗିରଫଦାରୀରୁ ବଞ୍ଚେଇ ଦେବା ସହ ମାମଲା ରଫାଦଫା କରିଦେବେ ବୋଲି ବି ପ୍ରବର୍ତ୍ତାଇଥିଲେ। ଏପରି ଭାବେ ଫୁସଲାଇ ସେ ବୃଦ୍ଧାଙ୍କଠାରୁ ୧୭ ଲକ୍ଷ ଟଙ୍କା ନେଇ ଯାଇଥିଲେ। ତେବେ ଡାକ୍ତର ଓ ତାଙ୍କ ପତ୍ନୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଡାକ୍ତରଙ୍କ ମା’ ଟଙ୍କା ଫେରାଇବାକୁ କହିଥିଲେ।

ଏହାକୁ କେନ୍ଦ୍ର କରି ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏପରିକି ଡାକ୍ତରଙ୍କ ମା’ ଟଙ୍କା ଫେରାଇବାକୁ କହିବାରୁ ସମ୍ବିତ ସାମଲ ତାଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଡାକ୍ତରଙ୍କ ମାଆ ଯଶୋଦା ଦାସ ମଙ୍ଗଳାବାଗ ଥାନାର ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment

ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି କଟକ ଆଡିସନାଲ ଡିସିପି।

ଡାକ୍ତର ପୁଣ୍ୟଶ୍ଳୋକ ଦାସ କେବଳ ଏମ୍‌ବିବିଏସ୍‌ କରିଥିବା ବେଳେ ଦେବଗଡ଼ ସରକାରୀ ଡାକ୍ତରଖାନାରେ ନିଯୁକ୍ତ ହୋଇଛନ୍ତି। ଗତ ୯ ତାରିଖ ସକାଳେ ସେ ତାଙ୍କ କଟକ ଫ୍ରେଣ୍ଡସ କଲୋନୀସ୍ଥିତ ଘରେ ଅଲଟ୍ରାସାଉଣ୍ଡ ମେସିନ୍ ସହାୟତରେ ବେଆଇନ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ହାତରେ ଧରାପଡ଼ିଥିଲେ। ଚଢ଼ାଉ ବେଳେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସହିତ ଉପ-ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ।

ତାଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ଲିଙ୍ଗ ନିରୂପଣରେ ବ୍ୟବହୃତ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ, ଏକ ଟଙ୍କା ଭର୍ତ୍ତି ବ୍ୟାଗ ଓ ଗର୍ଭପାତ ଔଷଧ ଆଦି ଜବତ କରାଯାଇଥିଲା। ତାଙ୍କ ସହିତ ୩ ଜଣ ଦଲାଲ ଓ ଜଣେ ଗର୍ଭବତୀଙ୍କୁ ଧରିଥିଲା ସ୍ୱାସ୍ଥ୍ୟ ବିଭାଗର ଟିମ୍।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା ଅନୁଯାୟୀ, ଜଣେ ଏମବିବିଏସ ଡାକ୍ତର ଅଲଟ୍ରାସାଉଣ୍ଡ ମଧ୍ୟ କରିପାରିବ ନାହିଁ। କିନ୍ତୁ ଡାକ୍ତର ପୂନ୍ୟଶ୍ଳୋକ ବେଆଇନ ଭାବେ ଘରେ କ୍ଲିନିକ ଖୋଲି ବେଆଇନ ଭାବେ ଲିଙ୍ଗ ନିରୂପଣ କାର୍ଯ୍ୟ କରୁଥିଲେ। କେବଳ ଏଠି ନୁହେଁ, ଏହି ମେସିନକୁ ସେ ଅନ୍ୟତ୍ର ମଧ୍ୟ ନେଇ ଯାଉଥିଲେ। ସୁଟକେସ୍‌ ଭଳି ଦେଖାଯାଉଥିବା ଏକ ବ୍ୟାଗରେ ସେ ଏହି ମେସିନ ନେଇ ଅନ୍ୟତ୍ର ଲିଙ୍ଗ ନିରୂପଣ କରୁଥିଲେ। ଫଳରେ କେହି ସନ୍ଦେହ ମଧ୍ୟ କରୁ ନଥିଲେ।

Doctor Cuttack Doctor Arrested
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe