Advertisment

ପୁଅ ପ୍ରେମ କଲା ଶାସ୍ତି ପାଇଲେ ବାପା-ମାଆ, ପିଟିପିଟି ମାରିଦେଲେ ପଡୋଶୀ

ପ୍ରେମର ଆଉ ଏକ କରୁଣ କାହାଣୀ। ପୁଅ ଗାଁର ଜଣେ ଝିଅକୁ ନେଇ ଫେରାର୍ ହୋଇଯିବାରୁ ଦମ୍ପତିଙ୍କୁ ପିଟିପିଟି ମାରି ଦେଲେ ପଡୋଶୀ।

author-image
Debibandita Barick
Died Muslim Couple

Died Muslim Couple

ପ୍ରେମର ଆଉ ଏକ କରୁଣ କାହାଣୀ। ଏଠାରେ ପ୍ରେମିକ କି ପ୍ରେମିକା ନୁହଁନ୍ତି, ପ୍ରେମର ଶାସ୍ତି ପାଇଛନ୍ତି ବାପା-ମାଆ। ପୁଅ ଗାଁର ଜଣେ ଝିଅକୁ ନେଇ ପଳାଇ ଯିବାରୁ ଦମ୍ପତିଙ୍କୁ ପିଟିପିଟି ମାରି ଦେଇଛନ୍ତି ପଡୋଶୀ। ଲୁହା ରଡ୍ ଏବଂ ବାଡିରେ ଏପରି ମାଡ ମାରିଛନ୍ତି ଯେ, ଘଟଣାସ୍ଥଳରେ ହିଁ ବୃଦ୍ଧ ଓ ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଛି।

Advertisment

ଉତ୍ତରପ୍ରଦେଶର ସୀତାପୁରରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ପୁଲିସ ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଝିଅର ବାପା ମଧ୍ୟ ଅଛନ୍ତି। ହିନ୍ଦୁ ଝିଅକୁ ମୁସଲମାନ ପୁଅ ବିବାହ କରିବାରୁ ଏପରି କାଣ୍ଡ ଭିଆଇଛନ୍ତି ପଡୋଶୀ। ସୀତାପୁର ପୁଲିସ ଅଧୀକ୍ଷକ ଚକ୍ରଶ ମିଶ୍ରଙ୍କ କହିବା ଅନୁସାରେ, ମୃତ ଅବ୍ବାସ ଓ ତାଙ୍କ ପତ୍ନୀ କମ୍ରୁଲ ନିଶାଙ୍କ ପୁଅ ଶୌକତ ପଡୋଶୀ ରାମପାଲଙ୍କ ଝିଅ ରୁବିକୁ ପ୍ରେମ କରୁଥିଲେ। 

2020ରେ ଉଭୟ ଘରୁ ଫେରାର୍ ହୋଇ ଯାଇଥିଲେ। ଏ ବାବଦରେ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା। ରୁବି ନାବାଳିକା ଥିବାରୁ ସେତେବେଳେ ଶୌକତକୁ ଜେଲ୍ ପଠାଇ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଶୌକତ ଜେଲରୁ ଆସିବା ପରେ ପୁନର୍ବାର ରୁବିକୁ ନେଇ ଫେରାର୍ ହୋଇଯିବା ସହ ବିବାହ ମଧ୍ୟ କରିଥିଲେ। ଏହାକୁ ନେଇ ଝିଅର ବାପା ଏବଂ ପଡୋଶୀ ମିଶି ପୁଅର ବାପା-ମାଆଙ୍କୁ ଲୁହା ରଡ୍ ଏବଂ ବାଡିରେ ପିଟିପିଟି ହତ୍ୟା କରିଛନ୍ତି।

Advertisment
Hindu Muslim Love Love Jihad Love Story