Advertisment

ପ୍ରେମ ପାଇଁ ନେପାଳରୁ ଭାରତ ଆସିଲେ ମହିଳା, ଖାଇଗଲେ ଧୋକା

କିଛି ଦିନ ପୂର୍ବେ ସୀମା, ଅଞ୍ଜୁ ନାମ୍ନୀ ମହିଳାଙ୍କ ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ପୁଣି ଥରେ ଏକ ସମାନ ଘଟଣା ଘଟିଛି।

Lovers

Lovers

Advertisment

ପ୍ରେମ ପାଇଁ ସୀମା ସରହଦ ଡେଇଁବା ଏବେ ସାମାନ୍ୟ କଥା ହେଲାଣି। ସୋଶାଲ ମିଡିଆରେ ଆରମ୍ଭ ହୋଇଥିବା ବନ୍ଧୁତା କ୍ରମଶଃ ପ୍ରେମରେ ପରିଣତ ହେବାରୁ ନିଜ ଦେଶ ସୀମା ଡେଇଁବାକୁ ପଛାଉ ନାହାନ୍ତି ପ୍ରେମୀ ଯୁଗଳ। କିଛି ଦିନ ପୂର୍ବେ ସୀମା, ଅଞ୍ଜୁ ନାମ୍ନୀ ମହିଳାଙ୍କ ଘଟଣା ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ପୁଣି ଥରେ ଏକ ସମାନ ଘଟଣା ଘଟିଛି।

Advertisment

ଏଥର କିନ୍ତୁ କାହାଣୀରେ ସାମାନ୍ୟ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଉଭୟ ପ୍ରେମୀ ଯୁଗଳ ପୂର୍ବରୁ ବିବାହିତ ଥିବା ବେଳେ ସେମାନଙ୍କ ୨ଟି ଲେଖା ଛୁଆ ଅଛନ୍ତି। ମହିଳାଜଣକ ଏନେଇ ନିଜ ପ୍ରେମିକଙ୍କୁ ଜଣାଇଥିବା ବେଳେ ପ୍ରେମିକ କିନ୍ତୁ ନିଜ କଥା ଲୁଚାଇ ରଖିଥିଲେ। ଫଳରେ କଥା ପ୍ରଘଟ ହେବାରୁ ଆରମ୍ଭ ହୋଇଛି ମହାଭାରତ । ମହିଳାଜଣକ ନିଜ ପ୍ରେମିକାକୁ ଦ୍ୱିତୀୟ ବିବାହ କରିଥିବା ବେଳେ କଥା ସାମନାକୁ ଆସିବାରୁ ୨ ପତ୍ନୀଙ୍କୁ ଘରୁ ବାହାରି ନିଜେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ଘଟଣା ବିହାରାରେ ଦେଖିବାକୁ ମିଳିଛି।

ବିହାରର ଜଣେ ବ୍ୟାଙ୍କ କର୍ମଚାରୀ ଗୋବିନ୍ଦ ପୂର୍ବରୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ୨ ସନ୍ତାନ ଅଛନ୍ତି। ଇତି ମଧ୍ୟରେ ସୋଶାଲ ମିଡିଆରେ ତାଙ୍କର ନେପାଳର ସଙ୍ଗୀତା ନାମ୍ନୀ ମହିଳାଙ୍କ ସହ ପରିଚୟ ହେଲା। ସଙ୍ଗୀତା ପୂର୍ବରୁ ବିବାହିତା ଥିବା ବେଳେ ସେ ବି ୨ ଛୁଆଙ୍କ ମା’ । ଧୀରେ ଧରେ ଉଭୟଙ୍କ ବନ୍ଧୁତା ପ୍ରେମରେ ପରିଣତ ହେବାକୁ ଲାଗିଲା।

Advertisment

ଇତି ମଧ୍ୟରେ ସଙ୍ଗୀତା ନିଜ ସ୍ୱାମୀ ଓ ଛୁଆଙ୍କୁ ଛାଡ଼ି ଭାରତ ପଳାଇ ଆସିଲେ। ଗୋବିନ୍ଦ ତାଙ୍କୁ ନିଜ ପୂର୍ବ ବିବାହ କଥା କହି ନ ଥିବାରୁ ଉଭୟ ମନ୍ଦିରରେ ବିବାହ କରି ସ୍ୱାମୀସ୍ତ୍ରୀ ଭାବେ ରହିବାକୁ ଲାଗିଲେ। ମାତ୍ର ଗୋବିନ୍ଦଙ୍କର ଅନ୍ୟତ୍ର ବଦଳି ହୋଇଯିବାରୁ ସେ ଆଉ ସଙ୍ଗୀତାଙ୍କୁ ପଚାରିଲେ ନାହିଁ।

ଏହାକୁ ନେଇ ସନ୍ଦେହରେ ରହୁଥିବା ସଙ୍ଗୀତା ଗୋବିନ୍ଦଙ୍କ ଘରର ଠିକଣା ଖୋଜି ତାଙ୍କ ଗାଁରେ ପହଞ୍ଚିଲେ। ସେଠାରେ ସେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ସେଠାରେ ଗୋବିନ୍ଦଙ୍କ ପତ୍ନୀ ଓ ୨ ପିଲା ଥିବା ସେ ଜାଣିବାକୁ ପାଇଲେ।

ଗୋବିନ୍ଦା ଧୋକା ଦେଇଥିବା ଜାଣି ତାଙ୍କ ୨ ପତ୍ନୀ ପ୍ରେରଣା ଓ ସଙ୍ଗୀତା ତାଙ୍କୁ ଘେରିଗଲେ। ଏଥିରେ ଅତିଷ୍ଠ ହୋଇ ଗୋବିନ୍ଦ ଉଭୟଙ୍କୁ ଘରୁ ବାହାର କରି କେଉଁଆଡ଼େ ଫେରାର ହୋଇ ଯାଇଛନ୍ତି।

ଏପରି ସ୍ଥିତି ଦେଖି ଗୋବିନ୍ଦଙ୍କ ପରିବାର ଏବେ ୨ ବୋହୂଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ନିଜ ୨ ଛୁଆଙ୍କୁ ନେଇ କୁଆଡ଼େ ଯିବେ ବୋଲି ପ୍ରେରଣା ମୁଣ୍ଡ ପିଟୁଥିବା ବେଳେ ସଙ୍ଗୀତାଙ୍କୁ କିନ୍ତୁ କିଛି ବୁଦ୍ଧିବାଟ ଦିଶୁନି। ଏନେଇ ଥାନାରେ ମାମଲା ରୁଜୁ ହୋଇ ନ ଥିବା ଜଣାଯାଇଛି।

Bihar Love Betrayal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe