Advertisment

୨୫ ଦିନ ତଳେ କିଣିଥିଲେ ୩ ଲକ୍ଷର ବାଇକ୍‌, ଦୁର୍ବୃତ୍ତ ନେଇ ପାର୍‌

୨୫ ଦିନ ତଳେ ମନ ଖୁସିରେ ଆଣିଥିଲେ ୩ ଲକ୍ଷର ବାଇକ୍‌ । ଟଙ୍କା କିସ୍ତିରେ ଦେବେ ବୋଲି ଚୁକ୍ତି କରିଥିଲେ। ହେଲେ କିସ୍ତି ଟଙ୍କା ଦେବା ଆରମ୍ଭ ନ ହେଉଣୁ ରାତି ଅଧରେ ସିସିଟିଭି ଭାଙ୍ଗି ଗାଡ଼ି ଚୋରି କରିନେଲେ ଦୁର୍ବୃତ୍ତ।

author-image
Niharika Rout
Bike

Bike

୨୫ ଦିନ ତଳେ ମନ ଖୁସିରେ ଆଣିଥିଲେ ୩ ଲକ୍ଷର ବାଇକ୍‌ । ଟଙ୍କା କିସ୍ତିରେ ଦେବେ ବୋଲି ଚୁକ୍ତି କରିଥିଲେ। ହେଲେ କିସ୍ତି ଟଙ୍କା ଦେବା ଆରମ୍ଭ ନ ହେଉଣୁ ରାତି ଅଧରେ ସିସିଟିଭି ଭାଙ୍ଗି ଗାଡ଼ି ଚୋରି କରିନେଲେ ଦୁର୍ବୃତ୍ତ। ଫଳରେ ମୁଣ୍ଡରେ ହାତ ଦେଇଛନ୍ତି ଗାଡ଼ି ମାଲିକ । ଏପରି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନସ୍ଥ କୃଷ୍ଣପୁର ଗାଁରେ ଘଟିଛି।

Advertisment

କୃଷ୍ଣପୁର ଗାଁରେ ନିଲୁ ଦାସ ପ୍ରାୟ ୨୫ ଦିନ ପୂର୍ବେ ଏକ Yamaha R1 -5 ବାଇକ୍‌ ୩ ଲକ୍ଷ ଟଙ୍କା ଦେଇ କିଣି ଆଣିଥିଲେ। ଗାଡ଼ି ଚୋରି ହୋଇଯିବା ଆଶଙ୍କାରେ ଘର ଚାରିପଟେ ୭ଟି ସିସିଟିଭି ବି ଲଗାଇଥିଲେ।

ଏହାପରେ ବି ଗତକାଲି ରାତି ଅଧରେ ନିଲୁଙ୍କ ପରିବାରର ସମସ୍ତେ ଶୋଇ ପଡ଼ିବା ପରେ ଦୁଇ ଚୋର ଆସିଥିଲେ। ସେମାନେ ପ୍ରଥମେ ଚାରିପଟେ ବୁଲିବା ପରେ ପ୍ରମାଣ ନଷ୍ଟ କରିବା ନିମନ୍ତେ ଗୋଟିଏ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ଏହାପରେ ଗାଡ଼ି ନେଇ ପାର୍‌ ହୋଇ ଯାଇଥିଲେ।

Advertisment

ସକାଳୁ ନିଲୁଙ୍କ ପରିବାର ଘର ଅଗଣାରେ ଗାଡ଼ି ନ ପାଇ ଚାରିଆଡ଼େ ଖୋଜାଖୋଜି କରିଥିଲେ। ଏହାପରେ ସିସିଟିଭି ଖୋଳତାଡ଼ କରି ଗତ ରାତିରେ ଦୁଇ ଦୁର୍ବୃତ୍ତ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲେ।

ଏନେଇ ସେମାନେ ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ଖୋଳତାଡ଼ ଆରମ୍ଭ କରିଛି। ଏଥିସହ ଖୁବ୍‌ ଶୀଘ୍ର ଚୋରି ବାଇକ୍‌କୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Bike Thief Bhadrak