/odisha-reporter/media/post_attachments/uploadimage/library/16_9/16_9_0/IMAGE_1712233232.jpg)
Newborn baby boy
ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ନବଜାତକର ମୃତ୍ୟୁ କିଭଳି ହେଲା ଓ କିଏ ତାର ମୃତଦେହ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନାହିଁ।
Advertisment
ଆଜି ସକାଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟିକେଟ କାଉଣ୍ଟର ନିକଟରେ ନବଜାତ ଶିଶୁର ମୃତଦେହ ପଡ଼ିଥିବା ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରିଛି।
ବିଳମ୍ବିତ ରାତିରେ କିଏ ଶିଶୁଟିକୁ ଫିଙ୍ଗି ଦେଇ ଚାଲିଯାଇଥିବା ଅନୁମାନ କରାଯାଉଛି। ଶିଶୁଟି କାହାର ଓ କିଏ ଶିଶୁଟିକୁ ମେଡିକାଲ ପରିସରରେ ଫିଙ୍ଗିଦେଲା ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ମୃତ ଶିଶୁଟି କାହାର ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
